Odia News Portal
Yearly Archives

2022

ଗ୍ରୀଷ୍ମ ଦିନେ ସାରା ଦେଶରେ ବିଦ୍ୟୁତ୍ ସଙ୍କଟ

ଗ୍ରୀଷ୍ମ ଦିନେ ସାରା ଦେଶରେ ବିଦ୍ୟୁତ୍ ସଙ୍କଟ। କେଉଁଠି କୋଇଲା ଅଭାବରୁ ବିଜୁଳି ଉତ୍ପାଦନ ହୋଇପାରୁନି ତ କେଉଁଠି ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ରୌଦ୍ରତାପ ବେଳେ ଏଭଳି ଅବସ୍ଥା ଯୋଗୁଁ ସମସ୍ତେ ହନ୍ତସନ୍ତ। ତା ଉପରେ ପୁଣି ସାଧାରଣ ଲୋକଙ୍କ ପକେଟ୍

ରୁଷ ରାଷ୍ଟ୍ରପତି ପୁଟିନଙ୍କୁ କ୍ୟାନସର

ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି | ପୁଟିନ୍ ଦୀର୍ଘ ଦିନ ହେଲା କ୍ୟାନ୍ସରରେ ସହ ବହୁବିଧ ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଅଛନ୍ତି । ତାଙ୍କର ଏବେ ସର୍ଜରୀ ହେବ ବୋଲି ଜଣାପଡ଼ିଛି। ଏଥିପାଇଁ ସେ ସାମୟିକ ଭାବେ ଦେଶର ସୁରକ୍ଷା

ଚଳଚଞ୍ଚଳ ଶ୍ରୀକ୍ଷେତ୍ର ରଥଖଳା, ବିଭିନ୍ନ ସ୍ଥାନରୁ ଆସୁଛି ରଥ କାଠ

ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ତିନିଟି ୧୨ ଫୁଟିଆ ଧଉରା କାଠ ରଖାଯାଇଛି। ଏପଟେ ଆଜି ପୁରୀରେ ପହଞ୍ଚିଛି ସପ୍ତମ ପର୍ଯ୍ୟାୟ ରଥକାଠ। ଭଞ୍ଜନଗର ଦକ୍ଷିଣ

ଧର୍ମୀୟ ଓ କୃଷିଭିର୍ତିକ ପର୍ବ ଅକ୍ଷୟ ତୃତୀୟା

ବୈଶାଖ ଶୁକ୍ଳ ତୃତୀୟା ତିଥିରେ ପାଳନ କରାଯାଏ ଅକ୍ଷୟ ତୃତୀୟା । ଏହି ଦିନକୁ ଓଡ଼ିଶାରେ ସାଧାରଣ ତ କୃଷକ ଦିବସ ରୂପେ ପାଳନ କରାଯାଏ। କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରେ। ଶୁଭଦିନ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ

ଆଜି ପବିତ୍ର ଅକ୍ଷୟ ତୃତୀୟା: ରାଜ୍ୟର ସମସ୍ତ ଚାଷୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ପବିତ୍ର ଅକ୍ଷୟ ଓ କୃଷକ ଦିବସରେ ତୃତୀୟାରେ ସମସ୍ତ ଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଅଖିମୁଠି ଅନୁକୂଳ ଶୁଭଙ୍କର ହେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଚାଷୀ ଭାଇଭଉଣୀଙ୍କ ସୁଖ

ରାଜସ୍ଥାନର ଯୋଧପୁରରେ ସାମ୍ପ୍ରଦାୟିକ ହିଂସା, ଇଣ୍ଟରନେଟ୍ ସେବା ବନ୍ଦ

ଇଦ୍ ପୂର୍ବରୁ ରାଜସ୍ଥାନର ଯୋଧପୁରରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିଛି । ପରିସ୍ଥିତି ବିଗିଡିବାରୁ ପୋଲିସକୁ ଲାଠିମାଡ଼ କରିବାକୁ ପଡିଛି । ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଯୋଧପୁରରେ ଇଣ୍ଟରନେଟ୍ ସେବା ସାମୟିକ ଭାବେ ବନ୍ଦ କରାଯାଇଛି। ଏ ବାବଦରେ ମଙ୍ଗଳବାର ଡିଭିଜନାଲ କମିଶନରଙ୍କ

ଏଣିକି ଚାଷ କରିବେ ଯୁବ ଗୋଷ୍ଠୀ:ଅରୁଣ ସାହୁ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟସ୍ତରୀୟ କୃଷି ଦିବସ । ଓଡ଼ିଶା ରାଜ୍ୟ କୃଷି ଯନ୍ତ୍ରପାତି ତାଲିମ ଓ ପରୀକ୍ଷଣ କେନ୍ଦ୍ରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପାଳନ କରାଯାଉଛି। କୃଷି ମନ୍ତ୍ରୀ ଅରୁଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭୂମି ପୂଜା କରିବା ସହ ଅକ୍ଷିମୁଠି ଅନୁକୂଳ

ମେ’ ୩୧ରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ

ବାଜିଲା ବ୍ରଜଗରାଜନଗର ବିଧାନସଭା ଉପନିର୍ବାଚନ ବିଗୁଲ । ମେ’ ୩୧ ତାରିଖରେ ନିର୍ବାଚନ । ମେ’ ୪ରେ ପ୍ରକାଶ ପାଇବ ବିଜ୍ଞାପନ । ମେ’ ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ । ୧୨ରେ ଯାଞ୍ଚ ଓ ୧୬ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର । ଜୁନ ୩ ତାରିଖରେ ଭୋଟ ଗଣତି । କିଶୋର ମହାନ୍ତିଙ୍କ

ଆମେରିକାର କନସାସରେ ଭୟଙ୍କର ଘୂର୍ଣ୍ଣିଝଡ଼; ଉଡ଼ିଗଲା ଶହ ଶହ ଘରର ଛାତ

ଆମେରିକାର କନସାସରେ ଭୟଙ୍କର ଘୂର୍ଣ୍ଣିଝଡ଼ । ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶହଶହ ଘରର ଛାତ ଓ ଗାଡି ଉଡ଼ିଯାଉଥିବାର ଦେଖିବାକୁ ମିଳିଛି । ସେପଟେ ଶୁକ୍ରବାର ସନ୍ଧ୍ୟାରେ କନସାସରେ ଭୟଙ୍କର ଘୂର୍ଣ୍ଣିଝଡ ସୃଷ୍ଟି ହୋଇଥିଲା। ଏହାର ଦୃଶ୍ୟ ମଧ୍ୟ ବେଶ୍

ବାଚସ୍ପତିଙ୍କ ନାଁରେ ତିଆରି ହୋଇଥିଲା ଫେକ ହ୍ୱାଟ୍ସଆପ ଆକାଉଣ୍ଟ; ସିମ ଜାଲିଆତି ଘଟଣାରେ ସାମ୍ନାକୁ ଆସିଲା ସାଘାଂତିକ…

ସିମ ଜାଲିଆତି ଘଟଣାରେ ସାମ୍ନାକୁ ଆସିଲା ସାଘାଂତିକ ତଥ୍ୟ । ଲୋକସଭା ବାଚସ୍ପତିଙ୍କ ନାଁକୁ ବ୍ୟବହାର କରିଥିଲେ ସାଇବର ଠକ । ବାଚସ୍ପତି ଓମ ବିର୍ଲାଙ୍କ ନାଁରେ ତିଆରି ହୋଇଥିଲା ଜାଲ ହ୍ବାଟ୍ସଆପ ଆକାଉଣ୍ଟ । ସେପଟେ ଓଡ଼ିଶା ସର୍କଲର ଏକ ବିଏସଏନଏଲ ସିମକୁ ବାଚସ୍ପତିଙ୍କ ହ୍ବାଟ୍ସଆପ ନମ୍ବର ଭାବେ