Odia News Portal
Yearly Archives

2023

୯ଲକ୍ଷ ୮୦ହଜାର ଟଙ୍କାରୁ ଉର୍ଦ୍ଧ୍ବ ବ୍ରାଉନ ସୁଗର ଜବତ,୧ ଗିରଫ

ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ ଚାରିଛକ ମେଡିକାଲ ଛକ ନିକଟରୁ ଅଶୋକ କୁମାର ସେଠି(୨୪)ଙ୍କୁ ଗିରଫ କରି ତାଙ୍କ ଠାରୁ ୯୮ଗ୍ରାମ ହେରୋଇନ(ବ୍ରାଉନ ସୁଗାର) ଜବତ କରିଥିଲେ।ଏ

ଗ୍ୟାସ ସିଲିଣ୍ଡର ମୁଣ୍ଡାଇ ରାଜଭବନ ଘେରିଲା କଂଗ୍ରେସ

ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ ରାଜଭବନ ଆଗରେ କଂଗ୍ରେସର ଜୋରଦାର ପ୍ରତିବାଦ । ଆନ୍ଦୋଳନ ବେଳେ କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମୁହିଁ । ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିବା ଅଭିଯୋଗ ହୋଇଛି ।

ନୂଆ ଥାନା ଗଠନ ସରକାର ବିଚାର କରୁଛନ୍ତି

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟରେ ୩୬ଟି ନୂତନ ଥାନା ପ୍ରତିଷ୍ଠା କରାଯାଇଛି ବୋଲି ସ୍ଵରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ବିଧାନସଭାରେ କହିଛନ୍ତି। ଏକ ପ୍ରଶ୍ନର ଉତ୍ତରେ ‌ସେ କହିଛନ୍ତି, ପୂର୍ବରୁ ୬୪୩ଟି ପୁଲିସ ଥାନା ଥିଲା। ଅନେକ ବିଧାୟକ ନିଜ

ଗୃହରେ ଉଠିଲା ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା

ମମିତା ମେହେର ହତ୍ୟା ମାମଲାରେ ସଂଶ୍ଲିଷ୍ଟ ଗୋବିନ୍ଦ ସାହୁର ରହସ୍ୟଜନକ ମୃତ୍ୟୁର ସତ୍ୟ ଉନ୍ମୋଚନରେ ଓଡ଼ିଶା ପୋଲିସ ବିଫଳ । ଏନେଇ ଗୃହରେ ମୁଲତବୀ ପ୍ରସ୍ତାବ ଆଣିଥିଲେ ବିରୋଧୀ । ଏ ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ଏହି ମାମଲାର

ହଟିବ ଲିଜ୍ ମିଳିବ ପଟ୍ଟା

ବିଭିନ୍ନ ଉନ୍ନୟନ କତ୍ତୃପକ୍ଷ ଏବଂ ଓଡିଶା ଗୃହ ନିର୍ମାଣ ସଂସ୍ଥା ଆବାସିକ ପ୍ରକଳ୍ପଗୁଡିକର ହିତାଧିକାରୀମାନଙ୍କ ପାଇଁ ଖୁସି ଖବର । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିଷ୍ପତ୍ତି ଅନୁଯାୟୀ ଆବାସିକ ପ୍ରକଳ୍ପରେ ଲିଜ ଆଧାରରେ ପାଇଥିବା ଜମି ଘରର ମୁକ୍ତ-ମାଲିକାନା ଏଣିକି ଲିଜ୍ଧାରୀଙ୍କୁ

ରାଜଧାନୀର ସର୍ବସାଧାରଣ ସ୍ଥାନରେ ଅଳିଆ ଆବର୍ଜନା ଜାଳିଲେ ଗଣିବେ ତଣ୍ଡ

ଆକ୍ସନ ମୋଡରେ ବିଏମସି । ଏଣିକି ରାଜଧାନୀର ସର୍ବସାଧାରଣ ସ୍ଥାନରେ ଅଳିଆ ଆବର୍ଜନା ଜାଳିଲେ ଗଣିବେ ତଣ୍ଡ । ୧୦ ହଜାର ଟଙ୍କା ଜରିମାନା ଦେବାକୁ ହେବ । ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ଓ ତାପମାତ୍ରା ବଢୁଥିବାରୁ ବିଏମସି ଏଭଳି ନିଷ୍ପତ୍ତି ନେଇଛି । ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ

ରାଜ୍ୟରେ ଏବେ ୮ ହଜାର ୨୧୩ ଜଣ ଡାକ୍ତର କାର୍ଯ୍ୟରତ: ସ୍ବାସ୍ଥ୍ୟ ମନ୍ତ୍ରୀ

ରାଜ୍ୟରେ ମୋଟ ୧୦ ହଜାର ୭୭୪ ଡାକ୍ତର ପଦବୀ ରହିଛି। ବର୍ତ୍ତମାନ୍ ୭ ହଜାର ୧୮୦ ଡାକ୍ତର ଅଛନ୍ତି। ଚୁକ୍ତିଭିତ୍ତିକ ଓ ଅନ୍ୟ ପଦକୁ ମିଶାଇଲେ ମୋଟ ୮ ହଜାର ୨୧୩ ଜଣ କାର୍ଯ୍ୟରତ ଅଛନ୍ତି। ଏଭଳି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ।  ଏଣେ ଭଦ୍ରକରେ ମୋଟ ୨୬୫ ଡାକ୍ତର ପଦବୀ

ଥଣ୍ଡା,କାଶ ଥିଲେ କୋଭିଡ ଟେଷ୍ଟ କରାଇନିଅନ୍ତୁ: ଜନ ସ୍ୱାସ୍ଥ୍ୟ ନିର୍ଦେଶକ

ଭାଇରସ ସଂକ୍ରମଣ ଭିତରେ ପୁଣି ଲୋକଙ୍କୁ ଘାରିଛି କୋଭିଡ ଭୟ। ରାଜ୍ୟରେ ଏଚ ୩ ଏନ ୨ ଭାଇରସ ଚିନ୍ତା ବଢ଼ାଇଥିବା ବେଳେ ଏନେଇ ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସବୁ ଜିଲ୍ଲାର ସିଡିଏମଓ଼ ଏବଂ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକଙ୍କୁ ଆଲର୍ଟ

ବିଧାନସଭାରେ ନବ ଦାସ ଭୂତ

ଗୃହରେ ଆଜି ପର୍ଯ୍ୟନ୍ତ ନବ ଦାସ ହତ୍ୟା ମାମଲାର ପ୍ରସଙ୍ଗ ଆରମ୍ଭରୁ ହଟ୍ଟଗୋଳ ହୋଇ ଗୃହ ମୁଲତବି ରହୁଥିଲା । ଆଜି ପ୍ରଥମ ଥର ପାଇଁ ସୁରୁଖୁରୁରେ ଏହି ପ୍ରସଙ୍ଗ ଆଲୋଚନା ହୋଇଥିଲା । ଏହା ଶୁଣି ବିରୋଧିଙ୍କ ହୋହାଲ୍ଲା ।

ଓଡିଶାରେ ଅଛନ୍ତି କେତେ ବାଂଲାଦେଶୀ?

ରାଜ୍ୟରେ ଅଛନ୍ତି କେତେ ବାଂଲାଦେଶୀ? କେଉଁ ଜିଲ୍ଲାରେ ବାଂଲାଦେଶୀଙ୍କ ସଂଖ୍ୟା କେତେ? ଏପରିକି ରାଜ୍ୟରେ ରହୁଥିବା ବାଂଲାଦେଶୀଙ୍କ ମଧ୍ୟରେ ଅନୁପ୍ରବେଶକାରୀ କେତେ ଓ ସର୍ବାଧିକ କେଉଁ ଜିଲ୍ଲାରେ ରହୁଛନ୍ତି? ଏନେଇ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ ବିଜେପି ବିଧାୟକ ସୁରଜ ସୂର୍ଯ୍ୟବଂଶୀ ।