Odia News Portal
Yearly Archives

2023

ପବିତ୍ର ବସନ୍ତ ପଞ୍ଚମୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଆଜି ପବିତ୍ର ବସନ୍ତ ପଞ୍ଚମୀ। ବିଦ୍ୟାଦେବୀ ମା’ ସରସ୍ୱତୀଙ୍କ ପୂଜା । ଏହି ପବିତ୍ର ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଦ୍ୟା ପ୍ରଦାୟିନୀ ମା’ ସରସ୍ଵତୀଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ଜ୍ଞାନର ଭଣ୍ଡାରରେ

ଭୁବନେଶ୍ଵରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ, ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡର ଅଭିବାଦନ ଗ୍ରହଣ କଲେ…

ଆଜି ସବୁଆଡେ ସାଧାରଣତନ୍ତ୍ର ଦିବସର ଉଲ୍ଲାସ । ଭୁବନେଶ୍ଵରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ମହାତ୍ମା ଗାନ୍ଧି ମାର୍ଗରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ।

୭୪ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିର ପବିତ୍ର ଦିନରେ ଦେଶ ପାଇଁ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେପକାଇ ସମ୍ବିଧାନରେ ଲିଖିତ ଆଦର୍ଶକୁ ନିଷ୍ଠାର ସହ ଅନୁସରଣ କରିବାକୁ ସଂକଳ୍ପ ନେବା ପାଇଁ ଆହ୍ବାନ

ବିଜେଡିର ୨୫ବର୍ଷ ପୂର୍ତ୍ତି ଅବସରରେ ଦେବଗଡରେ ପ୍ରତିଷ୍ଠା ସମାରୋହ

ଦେବଗଡ଼ ଜିଲ୍ଲାର ସୁଲିଆପଦା ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ ରେ ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଦେବଗଡ଼ ସର୍କିଟ ହାଉସ ରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ମାଧ୍ୟମ ରେ ଅତିଥି ମାନଙ୍କୁ ସଭା ସ୍ଥଳକୁ ନିଆଯାଇଥିଲା। ବରିଷ୍ଠ ପର୍ଯ୍ୟବେକ୍ଷକ ପୂର୍ବତନ ମନ୍ତ୍ରୀ ତଥା ମାନ୍ୟବର ବିଧାୟକ

ସଂସଦ ବାହାରେ ନିଜ ଦେହରେ ନିଆଁ ଲଗାଇଦେଲେ ବୟସ୍କ ବ୍ୟକ୍ତି, ଅବସ୍ଥା ଗୁରୁତର

ନେପାଳ ସଂସଦ ବାହାରେ ଆତ୍ମାହୂତି ଉଦ୍ୟମ । ନେପାଳ ସଂସଦ ବାହାରେ ଜଣେ ବ୍ୟକ୍ତି ନିଜକୁ ନିଆଁ ଲଗାଇଦେଇଥିଲେ । ନବନିର୍ବାଚିତ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ସଂସଦରୁ ଯାଉଥିବା ସମୟରେ ବ୍ୟକ୍ତି ଜଣକ ନିଜ ଉପରେ ଡିଜେଲ ଢାଳି ନିଆଁ ଲଗାଇ ଦେଇଥିଲେ । ଆତ୍ମହୂତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କୁ

ଆଜିଠୁ ଚାଲିବ ‘ଶ୍ରୀଜଗନ୍ନାଥ ଯାତ୍ରା’ ଭାରତ ଗୌରବ ଟୁରିଷ୍ଟ ଟ୍ରେନ

ଆଜି ଦିଲ୍ଲୀରୁ ଛାଡ଼ିବ ‘ଶ୍ରୀଜଗନ୍ନାଥ ଯାତ୍ରା’ ଭାରତ ଗୌରବ ଟୁରିଷ୍ଟ ଟ୍ରେନ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଶୁଭାରମ୍ଭ କରିବେ । ଏହି ସ୍ୱତନ୍ତ୍ର ଟ୍ରେନ ୮ଦିନିଆ ଯାତ୍ରାରେ ବାହାରିବ । ୧୦ଟି ତୃତୀୟ ଶ୍ରେଣୀ ଏସି କୋଚ୍‌ ସହ ଟ୍ରେନରେ ପ୍ରାୟ ୬୦୦ ପର୍ଯ୍ୟଟକ ରହିବେ । ପୁରୀର

ଦୁର୍ଘଟଣାର ଶିକାର ହେଲେ ସ୍କୁଲ ଛାତ୍ର

ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଥାନା ଅଧିନସ୍ଥ ରାଇବଣିଆ-ଓଲମରା ରାସ୍ତାର କଣ୍ଟାବଣି ଛକ ନିକଟରେ ଏକ ଅଟୋ ଓଲଟି ପଡିବାରୁ ୫ ଜଣ ହାଇସ୍କୁଲ ଛାତ୍ର ଗୁରୁତର ହୋଇଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ଛାତ୍ରମାନେ ସରସ୍ବତୀ ମୂର୍ତ୍ତି ଆଣିବାକୁ ଯାଇଥିଲେ। ଓଲମରା ହାଇସ୍କୁଲରେ

ଓଡିଆ ଭାଷା ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସାଦ; ରେଳମନ୍ତ୍ରୀ ଅଶ୍ୱୀନ ବୈଷ୍ଣବ

ବହୁ ପ୍ରତୀକ୍ଷିତ ଶ୍ରୀଜଗନ୍ନାଥ ଯାତ୍ରା ଟେନ୍‌ ବୁଧବାର ଶୁଭାରମ୍ଭ ହୋଇଯାଇଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନୂଆଦିଲ୍ଲୀର ସଫଦରଜଙ୍ଗ ଷ୍ଟେସନରୁ ଏହି ଟ୍ରେନ୍‌କୁ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍‌ ଉତ୍ତର ପ୍ରଦେଶର ବାରାଣସୀ, ବିହାରର ଗୟା, ଝାଡ଼ଖଣ୍ଡର ଦେଓଘର ଦେଇ ପୁରୀରେ ପହଞ୍ଚିବ।

ଦୁଇ ଦିନ ପରେ ଆରମ୍ଭ ହେବ ଖଣ୍ଡଗିରି ମେଳା,ବିଏମସି ପଦକ୍ଷେପକୁ ନେଇ ଏବେ ବି ପ୍ରଶ୍ନ

ଆସନ୍ତା ୨୮ ତାରିଖରୁ ଆରମ୍ଭ ହେଉଛି ଖଣ୍ଡଗିରି ମେଳା । ୩୦ ତାରିଖରୁ ଆରମ୍ଭ ହେବ ଯାତ୍ରା । ଦୁଇ ବର୍ଷର କରୋନା କଟକଣା ପରେ ଆରମ୍ଭ ହେବାକୁ ଯାଉଛି ଯାତ୍ରା ମହାକୁମ୍ଭ । ହେଲେ ଖଣ୍ଡଗିରି ଯାତ୍ରାକୁ ନେଇ ବିଏମସି ପକ୍ଷରୁ ଜାରି ହୋଇଥିବା ଏସଓପିକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ରାଜ୍ୟ

ବିଜେପି ଛାଡିଲେ ଗିରିଧର ଏବଂ ପୁଅ ଶିଶିର ଗମାଙ୍ଗ

ବିଜେପି ଛାଡିଲେ ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ । ଦଳର ପ୍ରାଥମିକ ସଦସ୍ୟ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ଦେଲେ ଇସ୍ତଫା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଯେ. ପି ନଡ୍ଡାଙ୍କୁ ପଠାଇଲେ ଇସ୍ତଫା ପତ୍ର । ତେବେ ଖୁବଶୀଘ୍ର ସେ କେ. ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ