କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୪୩ ଜଣ ପ୍ରାର୍ଥୀଙ୍କ ତୃତୀୟ ତାଲିକା ପ୍ରକାଶ କରିଛି। କଂଗ୍ରେସ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ଲକ୍ଷ୍ମଣ ସାବଦୀଙ୍କୁ ଆଠାନି ଆସନରୁ ପ୍ରାର୍ଥୀ କରାଯାଇଛି । ଅନ୍ୟପକ୍ଷରେ କୋଲାର ଆସନରୁ କୋଥୁରଜୀ ମଞ୍ଜୁନାଥଙ୍କୁ ଟିକେଟ ଦିଆଯାଇଛି। ଏହାପୂର୍ବରୁ କର୍ଣ୍ଣାଟକ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଦୁଇଟି ପର୍ଯ୍ୟାୟରେ ତାଲିକା ପ୍ରକାଶ କରିଥିଲା । ମାର୍ଚ୍ଚ ୨୫ରେ କଂଗ୍ରେସ ୧୨୪ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଥିଲା। ସେହିପରି ୪୨ଜଣ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ୬ ଏପ୍ରିଲରେ ପ୍ରକାଶ ପାଇଥିଲା | ତୃତୀୟ ତାଲିକା ଅନୁଯାୟୀ ଶ୍ରୀନିବାସ କରିଆନାଙ୍କୁ ଶିମୋଗା ଗ୍ରାମୀଣ ଆସନରୁ ଏବଂ ଶିମୋଗା ଆସନରୁ ଏଚ୍.ସି ଯୋଗେଶଙ୍କୁ ପ୍ରାର୍ଥୀ କରାଯାଇଛି।
