Odia News Portal

କାଲି ଝାରସୁଗୁଡା ଭୋଟ : ସୁରକ୍ଷା ବ୍ୟବସ୍ଥା କଡାକଡି

ଆସନ୍ତାକାଲି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ। ଏନେଇ ସମସ୍ତ ପୂର୍ବପ୍ରସ୍ତୁତି ଶେଷ ହୋଇଛି। ଅବାଧ, ନିରପେକ୍ଷ ଭୋଟଗ୍ରହଣ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ୧୮୧୪ଜଣ ପୁଲିସ କର୍ମୀ ନିୟୋଜିତ କରାଯାଇଛି। ସେମାନଙ୍କ ମଧ୍ୟରେ ୧୫୫ ଜଣ ପୁଲିସ ଅଧିକାରୀ, ୧୭ ପ୍ଲାଟୁନ୍‌‌ ସଶସ୍ତ୍ର ପୁଲିସଙ୍କ ସହ ୭ ପ୍ଲାଟୁନ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ମୁତୟନ କରାଯାଇଛି। ନିର୍ବାଚନମଣ୍ଡଳୀର ୧୪୪ଟି ବୁଥ୍‌‌ରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ମୁତୟନ କରାଯାଇଛି। ମୋଟ୍‌‌ ୨୫୩ଟି ବୁଥରେ ୨ଲକ୍ଷ ୨୧ହଜାର ୭୧୯ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରୁ ୧୧୦୬୧୯ ଜଣ ପୁରୁଷ ଥିବାବେଳେ ୧୧୧୦୩୭ ଜଣ ମହିଳା ରହିଛନ୍ତି।

ନିର୍ବାଚନମଣ୍ଡଳୀବ୍ୟାପୀ ଗତକାଲି ସନ୍ଧ୍ୟା ୬ଟାରୁ ସାଇଲେଣ୍ଟ ପିରିୟଡ ଘୋଷଣା କରାଯାଇଛି। ପୁଲିଂ ପାର୍ଟି,ଇଭିଏମ୍‌‌ ମେସିନ୍‌‌, ନିର୍ବାଚନ ସାମଗ୍ରୀ ଓ ସୁରକ୍ଷା ବ୍ୟବସ୍ଥା ଠିକ୍‌‌ ରହିଛି। ମୋଟ ୨୫୩ଟି ବୁଥରୁ ଗ୍ରାମାଞ୍ଚଳ ଏବଂ ଦୂରାନ୍ତରେ ଥିବା ୨୨୭ଟି ବୁଥ୍‌‌କୁ ଗତକାଲିଠୁ ପୁଲିଂ ପାର୍ଟି ଯାଇଥିବା ବେଳେ ବଳକା ୨୬ଟି ବୁଥକୁ ପିଙ୍କ୍‌‌ ବୁ୍‌‌ଥକୁ ଆଜିପୁଲିଂ ପାର୍ଟି ଯାଇଛନ୍ତି। ମୋଟ ୧୦୧୨ ଜଣ ପୁଲିଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ପ୍ରତ୍ୟେକ ବୁଥରେ ୪ଜଣ ପୁଲିଂ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି।