Odia News Portal

୧୭ରେ ଶାହ,୨୨ରେ ଓଡିଶା ଆସିବେ ନଡ୍ଡା

ବିଜେପିର ମହାଜନସମ୍ପର୍କ କାର୍ୟ୍ୟକ୍ରମ । ୧୭ରେ ଶାହ, ୨୨ରେ ଓଡିଶା ଆସିବେ ନଡ୍ଡା । ଜୁନ୧୭ ଜୁନରେ ଓଡିଶା ଆସୁଛନ୍ତି ଅମିତ ଶାହ । ୨୨ ତାରିଖରେ ଜେପି ନଡ୍ଡାଙ୍କ ଓଡିଶା ଗସ୍ତ ।  ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ  ସାମଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଖବର ଅନୁଯାୟୀ, ଜୁନ୍‌ ମାସରେ ବିଜେପି ପକ୍ଷରୁ ଓଡିଶାରେ ବିଶାଳ ଜନସଭାର ଆୟୋଜନ ହୋଇଛି । ଏଥିରେ ଯୋଗଦେବା ପାଇଁ ବିଜେପିର ବରିଷ୍ଠ ନେତୃବୃନ୍ଦ ଓଡିଶା ଗସ୍ତ କରିବେ । ଏହିକ୍ରମରେ  ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଆସିବେ । ଏହାବ୍ୟତୀତ ଆହୁରି ଅନେକ ନେତା ବି ଓଡିଶା ଆସିବେ ।
ତେବେ ଆୟୋଜନ ହେବାକୁ ଥିବା ଏହି ଜନସଭା କେଉଁଠି ଓ କେବେ ହେବ । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଆଗାମୀ ନିର୍ବାଚନ ବା ମିଶନ ୨୦୨୪ ଲାଗି ବିଜେପିର ଏହା ରଣନୀତି ବୋଲି ଅନୁମାନ କରାଯାଉଛି ।