Odia News Portal

ଜୟଦେବଙ୍କୁ ଭେଠିଲେ ଚିରଂଜୀବ ଓ ଶରତ

ପୁର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ଘରେ କଂଗ୍ରେସରୁ ସସପେଣ୍ଡ ହୋଇଥିବା ପୂର୍ବତନ ବିଧାୟକ ଚିରଂଜୀବ ବିଶ୍ୱାଳ ଓ ପୂର୍ବତନ ମନ୍ତ୍ରୀ ଶରତ ରାଉତ ଆଜି ଭେଟିଛନ୍ତି । ଶ୍ରୀ ଜେନାଙ୍କ ସହିତ ସେମାନେ ରାଜ୍ୟ କଂଗ୍ରେସର ସାଂପ୍ରତିକ ପରିସ୍ଥିତି ଏବଂ ଦଳବିରୋଧି କାର୍ଯ୍ୟ ପାଇଁ କଂଗ୍ରେସରୁ ସସପେଣ୍ଡ ହୋଇଥିବା ଚିରଜିଂବି ବିଶ୍ୱାଳ ଏବଂ କଟକ ବିଧାୟକ ମହମ୍ମଦ ମୋକିମ ଙ୍କ ସଂପର୍କରେ ଆଲୋଚନା କରିଥିବା ଜଣାପଡିଛି । ଏହା ମଧ୍ୟରେ ଶରତ ରାଉତ ଦିଲ୍ଲୀ ଗସ୍ତରେ ଯାଇ କଂଗ୍ରେସ ହାଇକମାଣ୍ଡ ଙ୍କ ସହିତ କୁଆଡେ ଆଲୋଚନା କରିଛନ୍ତି । ଯାହାକୁ ଭିତି କରି ଆଜି ଏମାନେ ଏକାଠି ହୋଇଛନ୍ତି ।