Odia News Portal

୫-ଟି ଅଧ୍ୟକ୍ଷଙ୍କ ମୟୁରଭଞ୍ଜ ଗସ୍ତ

ବାରିପଦା ବିଶ୍ବବିଦ୍ୟାଳୟ ପଡିଆରେ ଜିଲ୍ଲାର ସବୁ କଲେଜ ଛାତ୍ରଛାତ୍ରୀଙ୍କ ସହିତ ଅଲୋଚନା, ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦାନ, ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଶିକ୍ଷକଙ୍କ ମାର୍ଗ ଦର୍ଶନ ହିଁ ଜୀବନରେ ସଫଳତା ଆଣିଥାଏ । ସୁବର୍ଣ୍ଣରେଖା, ଦେଓ, ଉଦଳାର ସୋନ ପ୍ରକଳ୍ପ, ଖଇରୀ ବନ୍ଧନ ପ୍ରକଳ୍ପ ଓ କ୍ଲଷ୍ଟର ବୃହତ ଉଠାଜଳସେଚନ ପ୍ରକଳ୍ପ ଆଦି ପ୍ରମୁଖ ଜଳସେଚନ ପ୍ରକଳ୍ପର ସମୀକ୍ଷା, ଏ ସମସ୍ତ ପ୍ରକଳ୍ପର ମୂଲ୍ୟ ୧୩,୪୯୨ କୋଟି, ଜଳସେଚିତ ହେବ ୩,୮୭,୪୦୦ ଏକର ୨୦୨୪ ମଇ ମାସ ସୁଦ୍ଧା ସୁବର୍ଣ୍ଣରେଖା ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ସଂପୂର୍ଣ୍ଣ ହେବ ।  ବାରିପଦାରେ ବୁଢାବଳଙ୍ଗ ବନ୍ୟା ନିୟନ୍ତ୍ରଣ ବନ୍ଧ ତଥା ରିଂଗ ରୋଡ, ବିକଳ୍ପ ଘାଟି ରାସ୍ତା ପ୍ରକଳ୍ପ, ବୁଢାବଳଙ୍ଗ ବୃହତ ସେତୁ ପ୍ରକଳ୍ପ, ୬୫୦ ଶଯ୍ୟା ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍‌ପିଟାଲ ନିର୍ମାଣ ତଥା ବାରିପଦାରେ କ୍ୟାନସର ହସ୍‌ପିଟାଲ ନିର୍ମାଣ ଆଦି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା ।