କଟକରୁ ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଅବକାରୀ ବିଭାଗ ଟିମ୍ ଆଜି ସକାଳୁ ପାଟ୍ରୋଲିଂ କରିବା ସମୟରେ ଆଠଗଡ ପଟୁ ଆସୁଥିବା ଏକ ବୋଲେରୋ ଗାଡିକୁ ଅଟକାଇଥିଲା । ସେହି ଗାଡିରୁ ୯୬୦ ଲିଟର ଦେଶୀ ମଦ ବୋଲେରୋ ଗାଡି ସହ ଏହି କାରବାରରେ ସଂପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରିଥିଲା । ଗିରଫ ଦୁଇ ଅଭିଯୁକ୍ତ ହେଲେ ତିଗିରିଆର ଦୀପକ ପଣ୍ଡା ଗୌତମ ପ୍ରଧାନ ।
ଜବତ ହୋଇଥିବା ଦେଶୀ ମଦ ସହ ଗାଡିର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଛି । ଗିରଫ ଦୁଇ ଅଭିଯୁକ୍ତ କେଉଁଠାରୁ ଆଉ କିଏ ଏହି ମଦ କାରବାରର ମୂଖ୍ୟ କାର୍ପଟଦାର ସେନେଇ ଅବକାରୀ ବିଭାଗ ତଦନ୍ତ କରୁଥିବା ଅବକାରୀ ବିଭାଗ ଅଧିକାରୀ କହିଛନ୍ତି ।
