Odia News Portal

ସାଧାରଣତନ୍ତ୍ର ଦିବସ ଅବସରରେ ଏତିକି ସେନା କର୍ମଚାରୀଙ୍କୁ କରାଗଲା ପୁରସ୍କୃତ

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତ ସେନା କର୍ମଚାରୀଙ୍କୁ ବିଭିନ୍ନ ପ୍ରକାର ସାହସିକ ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଇଛି। ତେବେ ସେନା କର୍ମଚାରୀଙ୍କୁ ବିଭିନ୍ନ ବର୍ଗରେ ମୋଟ ୩୩୭ଜଣ ସେନା କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି। ଏହା ମଧ୍ୟରେ ୬ଜଣଙ୍କୁ କୀର୍ତ୍ତି ଚକ୍ର ଓ ୮ଜଣଙ୍କୁ ଶୌର୍ଯ୍ୟ ଚକ୍ର ଭଳି ସାହସିକ ପଦକ ମଧ୍ୟ ମିଳିଛି। ଦେଶର ସୁରକ୍ଷା ପାଇଁ ଏହି ସେନା କର୍ମଚାରୀମାନେ ନିଜ ଜୀବନକୁ ମଧ୍ୟ ଖୁସି ଖୁସିରେ ବଳିଦାନ ଦେଇଥାନ୍ତି। ଏହାସହିତ ସବୁବେଳେ ଶତ୍ରୁଙ୍କ ଠାରୁ ଆମ ଦେଶକୁ ସୁରକ୍ଷା ଦେଇଥାନ୍ତି। ତେବେ ୭୫ତମ ସାଧାରଣତନ୍ତ୍ର ଦିବସରେ କୀର୍ତ୍ତି ଚକ୍ର ପାଇଥିବା ସେନା ଅଧିକାରୀମାନେ ହେଲେ ମେଜର ଦିଗବିଜୟ ସିଂହ ରାୱତ, ମେଜର ଦୀପେନ୍ଦ୍ର ବିକ୍ରମ ବାସନେଟ୍‌, କ୍ୟାପଟେନ ଅଂଶୁମାନ ସିଂହ , ହାବିଲଦାର ପୱନ କୁମାର ଯାଦବ, ହାବିଲଦାର ଅବଦୁଲ୍ ମାଜିଦ, ସିପାହୀ ପୱନ କୁମାର। ସେହିପରି ସୌର୍ଯ୍ୟ ଚକ୍ର ପାଇଥିବା ସେନା ଅଧିକାରୀମାନେ ହେଲେ ମେଜର ମାନିଓ ଫ୍ରାନସିସ୍‌, ମେଜର ଅମନଦୀପ ଜାଖେର, କ୍ୟାପଟେନ ଏମଭି ପ୍ରାଞ୍ଜଲ, କ୍ୟାପଟେନ ଅକ୍ଷତ ଉପାଧ୍ୟାୟ, ନାଏବ ସୁବେଦାର ସଞ୍ଜୟ କୁମାର ଭାମର, ହାବିଲଦାର ସଞ୍ଜୟ କୁମାର, ରାଇଫଲମ୍ୟାନ ଆଲୋକ ରାଓ ଓ ଶ୍ରୀ ପୁରୁଷତ୍ତୋମ କୁମାର। ତେବେ ଦେଶ ସୁରକ୍ଷା ଦେବା ପାଇଁ ଏହି ସୈନିକମାନେ ନିଜ ଜୀବନକୁ ମଧ୍ୟ ଖୁସି ଖୁସିରେ ବଳିଦାନ ଦେଇଥାନ୍ତି। ତେଣୁ ଆଜିର ଏହି ପବିତ୍ର ଦିବସ ଅବସରରେ ସେମାନଙ୍କୁ ପୁରସ୍କୃତ କରାଯାଇଛି।