Odia News Portal

ବଢ଼ିଲା ଗଣ ଶିକ୍ଷକଙ୍କ ଦରମା

ବଢ଼ିଛି ଗଣ ଶିକ୍ଷକଙ୍କ ଦରମା। OTET ପାସ୍ କରିନଥିବା ଗଣ ଶିକ୍ଷକଙ୍କ ପାରିଶ୍ରମିକକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମାସିକ ଦରମା ୭ ହଜାରରୁ ୧୦ ହଜାରକୁ ବଢ଼ାଯାଇଛି।
ଖାଲି ଏତିକି ନୁହେଁ OTET ପାସ୍ କରିଥିବା ଗଣଶିକ୍ଷକମାନେ ନିୟମିତ ହେବେ। Med ଶିକ୍ଷକ ଭାବେ ନିୟମିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। OTET ପାସ୍ କରିଥିବା ସହକାରୀ ଶିକ୍ଷକଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ବି ଦିଆଯିବାକୁ ଘୋଷଣା କରିଛନ୍ତି। ଏହାପରେ ରାଜ୍ୟର ମୋଟ୍ ୧୨ ହଜାର ୧୧୩ ଗଣଶିକ୍ଷକ ଏହି ନିଷ୍ପତ୍ତିର ଫାଇଦା ପାଇବେ।