ଓଡ଼ିଶାରେ ଶିକ୍ଷକ ପଦବୀରେ ନିଯୁକ୍ତି ନେଇ ଅନେକ ଯୁବପିଢିଙ୍କ ସ୍ୱପ୍ନ। ଆପଣ ଯଦି ଶିକ୍ଷକ ହେବାର ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣଙ୍କ ପାଇଁ ସୁଯୋଗ ଆସିଛି। ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ(OAVS) ଏହି ସୁଯୋଗ ନେଇଆସିଛି। ଏନେଇ OAVS ନିକଟରେ ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ଏହି ନିଯୁକ୍ତି ପ୍ରକ୍ରିୟାରେ TGT ଏବଂ PGTର ବିଭିନ୍ନ ପଦବୀ ପୂରଣ ହେବ। ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଶିକ୍ଷକ ଓ ପ୍ରିନ୍ସପାଲ୍ ପଦବୀରେ ପ୍ରାର୍ଥୀ ନିଯୁକ୍ତି ପାଇବେ। ଏଥିପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୩୦୦ରୁ ଅଧିକ ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OAVSର ଅଫିସିଆଲ୍ ୱେବସାଇଟ୍ https://oav.edu.in/ କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ OAVS Recruitment 2024: Applied for 1342 Principals, Teacher posts Notification ଉପରେ କ୍ଲିକ୍ କରି ଦେଖିପାରିବେ।
