Odia News Portal

ଜୁଲାଇ ୮ରେ ଖୋଲିବନି ରତ୍ନଭଣ୍ଡାର, ସୂଚନା ଦେଲେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ

ଯେଉଁଦିନ ସରକାର ନିଷ୍ପତି ନେବେ ସେହିଦିନ ହିଁ ଖୋଲିବ ରତ୍ନଭଣ୍ଡାର। ରତ୍ନଭଣ୍ଡାର ଖୋଲାଯିବା ପରେ ଏହାର ଗଣତି କାର୍ୟ୍ୟ ଆରମ୍ଭ ହେବ। ରଥଯାତ୍ରା କାରଣରୁ ୮ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ସମ୍ଭାବନା କମ୍। ଭୁବନେଶ୍ବରରେ ପହଁଚିବା ପରେ ଏନେଇ ସୂଚନା ଦେଇଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଶ୍ରୀମନ୍ଦିର ରତ୍ନଭଣ୍ଡାର କମିଟିର ଅଧ୍ୟକ୍ଷ ଅରିଜିତ୍ ପଶାୟତ। ଆସନ୍ତାକାଲି ରତ୍ନଭଣ୍ଡାର କମିଟି ପକ୍ଷରୁ ବସିବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ସାମିଲ ହେବାକୁ ଅରିଜିତ୍ ପଶାୟତ ଓଡ଼ିଶା ଗସ୍ତରେ ଆସିଛନ୍ତି।

ଆସନ୍ତାକାଲି ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ସୂଚନା ଦେଇଛନ୍ତି। ଜୁଲାଇ ୨୮ ତାରିଖ ଯାଏ ଓଡ଼ିଶା ଗସ୍ତରେ ଆସିଛନ୍ତି ଅରିଜିତ ପଶାୟତ। ଜୁଲାଇ ୮ରୁ ୨୭ ମଧ୍ୟରେ ରତ୍ନଭଣ୍ଡାରର ଗଣତି ମଣତି କାମ ନେଇ ସୂଚନା ରହିଛି।