Odia News Portal

ଶରଧାବାଲିରେ ପହଞ୍ଚିଲା ବଳଭଦ୍ରଙ୍କ ତାଳଧ୍ବଜ ଓ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ

ଗୁଣ୍ଡିଚାମନ୍ଦିର ପାଖ ଶରଧାବାଲିରେ ପହଞ୍ଚିଛନ୍ତି ବଡବାଡସାମନ୍ତ ବଡ଼ଠାକୁର ଶ୍ରୀବଳଦେବ ଗୋସାଇଁ ଓ ହଳଦୀମୁଖୀ ମା’ ସୁଭଦ୍ରା। ବଳଭଦ୍ରଙ୍କ ତାଳଧ୍ବଜ ପରେ ତାଙ୍କ ପଛେ ପଛେ ଘର୍ଘରନାଦ କରି ଆସି ପହଞ୍ଚିଛନ୍ତି ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ। ତାଙ୍କ ପଛରେ ରହି ରହି ଗୁଣ୍ଡିଚା ମନ୍ଦିିର ଅଭିମୁଖେ ଆସୁଛନ୍ତି ବ୍ରହ୍ମାଣ୍ଡଗୋସାଇଁ କାଳିଆ ଠାକୁର। ଆଉ କିଛି ସମୟ ପରେ ଶରଧାବାଲିରେ ପହଞ୍ଚିବେ ସେ। ଘଣ୍ଟଘଣ୍ଟା ନାଦ ସାଙ୍ଗକୁ ହରିବୋଲ ଧ୍ବନିରେ ପ୍ରକମ୍ପିତ ହେଉଚି ବଡ଼ଦାଣ୍ଡ।

ବଡ଼ଦାଣ୍ଡ ସତେ ଆଜି ଜନ ସମୁଦ୍ରରେ ପରିଣତ ହୋଇଛି। ସମସ୍ତେ ରଥ ଦୁଇକୁ ଟାଣି ନେବା କ୍ରମରେ ସ୍ୱୟଂଙ୍କୁ ପାଶୋରି ଯାଇଛନ୍ତି। ଘୋର ଘର୍ଘର ନାଦରେ ଗଡ଼ିଚାଲିଛି ରଥ। ଆଜି ପୁଣି ଏକ ହୋଇଛନ୍ତି ରଥ, ପଥ, ଜଗନ୍ନାଥ।