Odia News Portal

ଗୃହ ବିଭାଗ OSD ଭାବେ ଆଶିଷ ସିଂଙ୍କୁ ବଦଳି

ଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବରିଷ୍ଠ ଆଇଏସ୍ ତଥା ଆଇଜି ଆଶିଷ ସିଂଙ୍କୁ ବଦଳି କରାଯାଇଛି। ଗୃହ ବିଭାଗ OSD ଭାବେ ଆଶିଷ ସିଂଙ୍କୁ ବଦଳି କରାଯାଇଛି। ଆଶିଷ ଚାକିରିରେ ଯୋଗ ଦେଲେଣି କି ନାହିଁ ନିକଟରେ ପଚାରିଥିଲା ଗୃହ ବିଭାଗ। ସ୍ୱାସ୍ଥ୍ୟଗତ କାରଣ ନେଇ ମେ’ ୪ରୁ ମାସେ ଛୁଟି ନେଇଥିଲେ ଆଶିଷ। ପୋଲିସ ଡିଜି ଏନେଇ ପ୍ରତିକ୍ରିୟା ମଧ୍ୟ ରଖିଥିଲେ। ସେ କହିଥିଲେ ଜୁନ୍‌ ୩ରୁ ସେ କାର୍ଯ୍ୟରେ ଯୋଗଦାନ କରିଥିଲେ। ମାସେରୁ ଅଧିକ ସମୟ ବିତିଥିଲେ ବି ତାଙ୍କ ବିଷୟରେ କିଛି ସୂଚନା ନଥିବାରୁ ଗୃହ ବିଭାଗ ପକ୍ଷରୁ ଡିଜିଙ୍କୁ ପ୍ରଶ୍ନ ପଚରାୟାଇଥିଲା। ସେ ଯୋଗଦେଲେଣି ନା ଛୁଟି ବଢ଼ାଇଛନ୍ତି, ଏନେଇ ପ୍ରଶ୍ନ ଉଠିଥିଲା l

ଗତକାଲି ରାଜ୍ୟର ନୂଆ ସରକାରରେ ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ଇଡକୋର ଚେୟାରମ୍ୟାନ୍ ଥିବା ହେମନ୍ତ ଶର୍ମାଙ୍କୁ ଏହି ପଦରୁ ହଟାଯାଇଛି। ତାଙ୍କ ସ୍ଥାନରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିବା ନିକୁଞ୍ଜ ବିହାରୀ ଧଳଙ୍କୁ ଇଡକୋର ଚେୟାରମ୍ୟାନ୍ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି।

ସେହିଭଳି ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଶାସନ ସଚିବ ଥିବା ଜି ମାଥିଭାଥନନଙ୍କୁ ଦାୟିତ୍ବରୁ ହଟାଇ ତାଙ୍କ ସ୍ଥାନରେ ଜିଏ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିବା ସୁରେନ୍ଦ୍ର କୁମାରଙ୍କୁ ଏହି ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି। ସେପଟେ କ୍ରୀଡ଼ା ସଚିବ ପଦରୁ ହଟିଛନ୍ତି ଭିନିଲ କ୍ରିଷ୍ଣା। ତାଙ୍କ ସ୍ଥାନରେ ଭାସ୍କର ଜ୍ୟୋତି ଶର୍ମା ହୋଇଛନ୍ତି କ୍ରୀଡ଼ା ବିଭାଗ ସଚିବ। ସେପଟେ ଭିନିଲ କ୍ରିଷ୍ଣାଙ୍କୁ ଭୂମି ଅଭିଲେଖ ଓ ବନ୍ଦୋବସ୍ତ କମିଶନର ଭାବେ ନିଯୁକ୍ତି ମିଳିଛି। ତେବେ ଆଶିଷ ସିଂଙ୍କ ବଦଳି ବାବଦରେ କିଛି ସୂଚନା ମିଳିନଥିବାରୁ ତାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଥିଲା। ଏବେ ତାଙ୍କର ବଦଳି ପରେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।