Odia News Portal

SCOଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର ଜିଲ୍ଲା ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସର ଥିବା ଏକ ଗଛରୁ SCOଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ SCO ଜଣଙ୍କ ହେଲେ ସୁରେଶ ମଲ୍ଲିକ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଅହମ୍ମଦ ପୁର ଅଞ୍ଚଳରେ।

ଆଜି ସକାଳେ ସୁରେଶ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଥିବା ଏକ ଗଛରେ ଝୁଲୁଥିବା ୱାଚ୍ ମ୍ୟାନ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ସୁରେଶଙ୍କ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି।  ସୁରେଶ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ିନାହିଁ।।

ସୁରେଶଙ୍କ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଖବର ଦିଆଯାଇଛି। ଟାଉନ ଥାନା ପୁଲିସ ଘଟଣାର ତଦନ୍ତ କରୁଛି। ବରୀ ବ୍ଲକ ଦାୟିତ୍ୱରେ ଥିଲେ ସୁରେଶ।