ରାଜ୍ୟରେ ଏବେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ସୁଦ୍ଧା ୪୮୮ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଯାଏଁ ମୋଟ ୩୫ ହଜାର ୪୭୦ ଟେଷ୍ଟିଂ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ବୁଧବାର ୩୩ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ଷା ଋତୁ ଆସିଥିବାରୁ ରାଜ୍ୟରେ ମ୍ୟାଲେରିଆ ବଢିଛି। ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହାଇଲେବଲ ମିଟିଂ ହୋଇଥିଲା। ସବୁ ବିଭାଗର ସଚିବ ମାନେ ଉପସ୍ଥିତ ଥିଲେ। ସବୁ ବିଭାଗକୁ ସତର୍କ ରହିବା ସହ ମାର୍ଗଦର୍ଶିକା ଜାରି କରାଯାଇଛି।
