Odia News Portal

ଆସନ୍ତାକାଲି ୫ଟା ପରେ ସନ୍ଧ୍ୟା ଦର୍ଶନ ବନ୍ଦ

ଆସନ୍ତାକାଲି ୫ଟା ପରେ ସନ୍ଧ୍ୟା ଦର୍ଶନ ବନ୍ଦ। ସୋମବାର ବାହୁଡା ଯାତ୍ରା ରହୁଥିବାରୁ ଆସନ୍ତାକାଲି ସନ୍ଧ୍ୟା ପରଠାରୁ ଜନ୍ମବେଦୀରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ସେପଟେ ଗତକାଲି ଶ୍ରୀ ବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କ ରଥର ଦକ୍ଷିଣ ମୋଡ଼ ସରିଥିବାବେଳେ ଆଜି ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ କରାଯାଇ ନାକଚଣା ଦ୍ୱାର ନିକଟରେ ରଖାଯାଇଛି।