ପିପିଲି ରତନପୁର ଗାଁର ନାବାଳକ ଅପହରଣ ପରେ ହତ୍ୟା ଘଟଣା । ତଦନ୍ତ ପାଇଁ ଗାଁରେ ପହଂଚିଥିଲେ ସାଇଣ୍ଟିଫିକ ଟିମ । ମୃତଦେହ ମିଳିଥିବା ପାଇଖାନା ଟାଙ୍କିର ୧୦୦ ମିଟର ଦୂରରେ ଥିବା ଆଉ ଏକ ଟାଙ୍କିରୁ ମିଳିଲା ନାବାଳକର ସାର୍ଟ-ପ୍ୟାଣ୍ଟ । ଆଉ ପ୍ୟାଣ୍ଟ ପକେଟରେ ରହିଥିଲା କିଛି ଖେଳଣା । ତେବେ ପୁରା ଯୋଜନାବଦ୍ଧ ଭାବେ ହତ୍ୟାକାରୀ ବାପି ଓରଫ ପ୍ରଭାକର ସାହୁ ମୃତଦେହ ଓ ପିଲାର ସାର୍ଟ ପ୍ୟାଣ୍ଟ ପାଇଖାନା ଟାଙ୍କିରେ ଲୁଚାଇ ପ୍ରମାଣ ନଷ୍ଟ କରିବା ବ୍ୟବସ୍ଥା କରିଥିଲା । ଆଜି ତାକୁ ଜେରା କରିବା ପରେ ଏସବୁ ତଥ୍ୟ ପାଇଥିଲା ପୋଲିସ । ଏବେ ଏହି ଘଟଣାର ଆଉ ଏକ ଖୁଲାସା କରିଛନ୍ତି ପୁରୀ ଏସପି ଅପ୍ରାକୃତିକ ଯୌନ ନିର୍ଯାତନାରୁ ହତ୍ୟା କରାଯାଇଥିବା ଏସପି କହିଛନ୍ତି । ଏଥିସହ ମୋବାଇଲ ଓ ଅନ୍ୟ ସାମଗ୍ରୀ ଜବତ ମଧ୍ୟ ଜବତ କରାଯାଇଛି ।