ରାଜସ୍ୱ ଗ୍ରାମ ଓ ପଞ୍ଚାୟତ ଜିଲ୍ଲା ଗଠନ ପ୍ରକ୍ରିୟାରେ ଲାଗିବ ରୋକ । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । କହିଛନ୍ତି, ଜନଗଣନା ସାରିବା ଯାଏଁ ଏପ୍ରକ୍ରିୟାରେ ଲାଗିବ ରୋକ । ଜୁଲାଇରେ ହେବ ଜନଗଣନା । ତା ପୂର୍ୱରୁ ଆସିଥିବା ଆବେଦନକୁ ମଞ୍ଜୁର ପାଇଁ ଚେଷ୍ଟା ହେବ । ୧୦୦୦ ଆବେଦନରୁ ୩୦୦ ରାଜସ୍ୱ ଗାଁ ହୋଇ ସାରିଛି । ଅନେକ ଏନଏସି ଓ ମୁନିସିପାଲିଟି ପାଇଁ ବି ପ୍ରସ୍ତାବ ରହିଛି । ଥରେ ଜନଗଣନା ହେଲେ , ଏସବୁ ପ୍ରସ୍ତାବ କାଯ୍ୟକାରୀ ହେବନି । ଜୁନ ୩୦ ସୁଦ୍ଧା ସୀମା ପୁନଃନିର୍ଧାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।