Odia News Portal

ବିଜେଡିର ୧୫ ଉପସଭାପତିଙ୍କ ନାଁ ଘୋଷଣା: ଦେବୀ, ପ୍ରତାପଙ୍କୁ ବଡ଼ ଦାୟିତ୍ୱ 

ବିଜେଡି ୬ ଜିଲା ସଭାପତି ପରେ  ୧୫ ଉପସଭାପତିଙ୍କ ନାଁ ଘୋଷଣା କରିଛି। ଦେବୀ  ମିଶ୍ରଙ୍କୁ ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ଦାୟିତ୍ୱ ଦେଇଥିବା ବେଳେ  ଏହି ତାଲିକାରେ  ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ ଆରୁଖ ରହିଛନ୍ତି।ସେହିପରି ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁଙ୍କୁ ମଧ୍ୟ ଦାୟିତ୍ୱ ଦେଇ ସଙ୍ଗଠନକୁ ମଜଭୁତ କରୁଛି ବିଜେଡି। ଉପସଭାପତି ପ୍ରତାପ ଜେନାଙ୍କୁ ମଧ୍ୟ ମୁଖ୍ୟାଳୟ ଦାୟିତ୍ୱ ମିଳିଛି।ଅନ୍ୟପକ୍ଷେ, ଉପସଭାପତି ତାଲିକାରେ ଅତନୁ ସବ୍ୟସାଚୀ ନାୟକ, ରାଜେନ୍ଦ୍ର ଢୋଲକିଆ ରହିଛନ୍ତି। ଚଳିତ ବର୍ଷ ନିର୍ବାଚନରେ ବିଜେଡି ହରାରିବା ପରେ ଦଳକୁ  ମଜଭୁତ କରିବାକୁ ଲାଗିପଡ଼ିଛନ୍ତି କର୍ମୀ।