ମକଡ୍ରିଲ୍ ନେଇ ଅଗ୍ନିଶମ ଡିଜିଙ୍କ ପ୍ରତିକ୍ରିୟା । କାଲି ଉପକୂଳ ଓ ନିର୍ଦ୍ଦିଷ୍ଟ ସହରାଞ୍ଚଳରେ ହେବ ମକଡ୍ରିଲ୍ । ଆସନ୍ତାକାଲି ଅପରାହ୍ନ ୪ଟାରେ ବାଜିବ ସାଇରନ୍,୧୨ଟି ସ୍ଥାନରେ କରାଯିବ ମକଡ୍ରିଲ୍ । କାଲିଠୁ ଆରମ୍ଭ ହେବ,ସପ୍ତାହେ ଚାଲିବ । ସତର୍କ କରିବା ସହ ୫ ମିନିଟ୍ ବାଜିବ ସାଇରନ୍ । ସମସ୍ତେ ଭାଗ ନେବାକୁ ଅପିଲ୍ କଲେ ଅଗ୍ନିଶମ ଡିଜି ।
ମକଡ୍ରିଲ୍ ନେଇ ଆଜି ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ଅଭ୍ୟାସ । ସାଇରନ୍ ବାଜିଲେ କଣ କରିବେ, ସେନେଇ କରାଯାଉଛି ସଚେତନ । ସାଧାରଣ ଲୋକଙ୍କୁ ଦିଆଯାଉଛି ତାଲିମ୍ । ଓଡ଼ିଶାର ୧୨ଟି ସ୍ଥାନରେ ହେବ ସିଭିଲ୍ ଡିଫେନ୍ସ ମକଡ୍ରିଲ୍ । ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର ଓ ଗୋପାଳପୁରରେ ମକ୍ଡ୍ରିଲ କରାଯିବ । ସେହିପରି ହୀରାକୁଦ, ପାରାଦ୍ୱୀପ, ରାଉରକେଲା ଓ ଭଦ୍ରକ ବି ହେବ। ଏହା ସହ ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେରରେ ମକ୍ଡ୍ରିଲ୍ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଏନେଇ ୧୨ ଜିଲ୍ଲାର ଜିଲ୍ଲାପାଳ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ଗୃହ ସଚିବ ସତ୍ୟବ୍ରତ ସାହୁ ।