ରଥଯାତ୍ରା ପାଇଁ ପ୍ରସ୍ତୁତି,ପୁରୀରେ ବଢିଲା ସୁରକ୍ଷା ବ୍ୟବସ୍ଥା। ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଶ୍ରୀମନ୍ଦିରର ଉଭୟ ଭିତର ଏବଂ ବାହାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଡିଜିପି । ତାଙ୍କ ସହିତ ଏଡିଜି ଅମିତାଭ ଠାକୁର, ଏଡିଜି ଦୟାଲ ଗଙ୍ଗୱାର, ଆଇଜି ସିଆର୍ ପ୍ରବିଣ କୁମାର, ଆଇଜି ଅନୁପ ସାହୁ, ଡିଆଇଜି ପିନାକ ମିଶ୍ର , ଡିଆଇଜି ବି ଗଙ୍ଗାଧର ଓ ଏସପି ବିନତ ଅଗ୍ରୱାଲ ପ୍ରମୁଖ ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ବ୍ୟବସ୍ଥା କରୁଛନ୍ତି ସମିକ୍ଷା । ଏହାପରେ ପୁଲିସ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟରେ ହେବ ବୈଠକ । ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ତଥା ଶ୍ରୀକ୍ଷେତ୍ରର ସୁରକ୍ଷା ଏବଂ ବିଭିନ୍ନ ବ୍ୟବସ୍ଥାର ଯାଞ୍ଚ କରିବ । ଏହାସହିତ ରଥଯାତ୍ରା ପାଇଁ ପୁଲିସ ରୁଟ ପ୍ଲାନ୍ ପ୍ରସ୍ତୁତ ହେବ । ରଥଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥାର ହେବ ପ୍ଲାନ୍ ପ୍ରସ୍ତୁତ ।