ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା । ମାର୍ଚ୍ଚ ୬ ତାରିଖରେ ପାଟଣାଗଡ ଏଡିଜେ କୋର୍ଟରେ ୬୩ ଜଣଙ୍କ ସାକ୍ଷ ଗ୍ରହଣ ପରେ ପୁଞ୍ଜିଲାଲଙ୍କ ବୟାନ ରେକର୍ଡ କରିଥିଲା । ଆଜି ତା’ର ନ୍ୟାୟିକ ପକ୍ରିୟା ସାରିଲା । ରାୟ ସଂରକ୍ଷିତ ରଖିଲେ ପାଟଣାଗଡ ଏଡିଜେ । କିଛି ସମୟ ପରେ ହୋଇପାରେ ଦଣ୍ଡବିଧାନ ପାଇଁ ତାରିଖ ଘୋଷଣା । ଅଭିଯୁକ୍ତ ପୁଞ୍ଜିଲାଲକୁ କି ଦଣ୍ଡ ମିଳିବ, ତା ଉପରେ ସମସ୍ତଙ୍କ ନଜର । ଗତ ୨୦୧୮ ଫେବୃଆରୀ ୨୩ ତାରିଖରେ ପାର୍ସଲ ବୋମା ବିସ୍ଫୋରଣ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ପୁଞ୍ଜିଲାଲ ପାଟଣାଗଡ ସ୍ଥିତ ସୌମ୍ୟଶେଖର ବିବାହରେ ଉପହାର ସ୍ବରୂପ ପାର୍ସଲ ବୋମା ପଠାଇଥିଲା। ଏଥିରେ ନବବିବାହିତା ସୌମ୍ୟଶେଖର ଏବଂ ତାଙ୍କ ଜେଜେମାଆଙ୍କ ମୃତ୍ୟୁ ହୋଇଥିଲା । ତେବେ ସୌମ୍ୟଶେଖରଙ୍କ ସ୍ତ୍ରୀ ରୀନାରାଣୀ ଗୁରୁତର ହେଇଥିଲେ। ଘଟଣାର ତଦନ୍ତ କରି ଗତ ଏପ୍ରିଲ ୨୫ରେ ପୁଞ୍ଜିଲାଲକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ସେବେଠାରୁ ପୁଞ୍ଜିଲାଲ ବଲାଙ୍ଗୀର ଜିଲ୍ଲା କାରାଗାରରେ ବନ୍ଦୀ ଜୀବନ ବିତାଉଛି ।