Odia News Portal

ନୂଆପଡ଼ା ଜିଲ୍ଲାରେ ନିଶାମୁକ୍ତ ଅପରେସନ, ଗଞ୍ଜେଇ ଓ କଫ୍ ସିରପ୍ ସହ ୫ ଗିରଫ

 ନୂଆପଡ଼ା ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଛି ବିଭିନ୍ନ ନିଶା କାରବାର । ଯେଉଁଥିରେ ପଥଭ୍ରଷ୍ଟ ହେଉଛନ୍ତି ଆଜିର ଯୁବପିଢ଼ି । ଯାହାକୁ ବନ୍ଦ କରିବା ପାଇଁ ନୂଆପଡା ଏସ୍‌ପିଙ୍କ ତତ୍ୱାବଧାନରେ ନୂଆପଡ଼ା ପୋଲିସ ତରଫରୁ ଆରମ୍ଭ କରାଯାଇଛି ଅପରେସନ ଶୁଦ୍ଧି । ନୂଆପଡ଼ା ଜିଲ୍ଲାର ୫ଟି ବ୍ଲକ୍ ଓ ୨ଟି ଏନଏସି ଅଞ୍ଚଳରେ ଚାଲୁଥିବା ବେଆଇନ ନିଶା କାରବାରକୁ ବନ୍ଦ କରିବା ନିମନ୍ତେ ସମସ୍ତ ଥାନା ଅଞ୍ଚଳରେ ଚଢ଼ାଉ ଜାରି ରହିଛି । 

ମଙ୍ଗଳବାର ନୂଆପଡ଼ା ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬ କେଜି ୯୫୦ ଗ୍ରାମ ଗଞ୍ଜେଇ ସହ ୨୫ଟି କଫ୍ ସିରପ୍ ବୋତଲ, ୫ଟି ମୋବାଇଲ ଓ ୩ଟି ମୋଟର ସାଇକେଲ ଜବତ କରିଥିବା ବେଳେ ଜଣେ ମହିଳାଙ୍କ ସହ ୫ ଜଣଙ୍କୁ ଗିରଫ କରିଛି ନୂଆପଡା ପୋଲିସ । କାରବାରରେ ସାମିଲ ଜଣେ ନାବାଳକକୁ ସ୍ଵଧାର ଗୃହକୁ ପଠାଇଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନୂଆପଡା ଏସ୍‌ପି ଗୁଣ୍ଡଲା ରାଘବେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି ।