Odia News Portal

ବଜ୍ରାଘାତରେ ୩ ମୃତ

ବଜ୍ରାଘାତରେ ଗଲା ତିନି ଜଣଙ୍କ ଜୀବନ । ବିଲରେ କାମ କରୁଥିବା ବେଳେ  ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା  କୋରାପୁଟ ଜିଲ୍ଲା  ପଟ୍ଟାଙ୍ଗୀ ଅଞ୍ଚଳରେ ଘଟିଛି । ଏନେଇ ପରିବାରରେ  ଶୋକାକୁଳ ପରିସ୍ଥିତି ଉପୁଜିଛି । ସୂଚନା ଥାଉକି, ମୌସୁମୀ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦୀପ ଓ ଉତ୍ତର ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ନିକୋବର ଦୀପରେ ବିସ୍ତୃତି ବୃଷ୍ଟିପାତ ସହ କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଆଗାମୀ ୩ରୁ ୪ ଦିନ ମଧ୍ୟରେ ମୌସୁମୀ ବାୟୁ ଦକ୍ଷିଣ ଆରବ ସାଗରର କିଛି ଅଂଶ, ମାଳଦ୍ବୀପ ଓ କୋମୋରିନ୍ ଅଞ୍ଚଳ, ଦକ୍ଷିଣ ବଙ୍ଗୋପସାଗରର କିଛି ଅଂଶ, ସମଗ୍ର ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ, ଆଣ୍ଡାମାନ ସାଗରର ଅବଶିଷ୍ଟ ଅଂଶ ଓ କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।