Odia News Portal

୪୦ ଘଣ୍ଟାରେ ୬ ଆତଙ୍କୀ ନିପାତ ; ଜମ୍ମୁ-କାଶ୍ମୀରରେ ସେନାକୁ ବଡ ସଫଳତା

ଜମ୍ମୁକାଶ୍ମୀରରେ ସେନାକୁ ବଡ଼ ସଫଳତା । ଲଗାତାର ୪୮ ଘଣ୍ଟା ଅପରେସନରେ ୬ ଜଣ ଆତଙ୍କୀଙ୍କୁ ନିପାତ କରିଛି ସେନା । ଏନେଇ ଆଜି ସେନା ଏବଂ ଜମ୍ମୁ କାଶ୍ମୀର ପୁଲିସ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଜମ୍ମୁ କାଶ୍ମୀର ସୋଫିଆନ ଅଞ୍ଚଳରେ ୪୮ ଘଣ୍ଟା ଭିତରେ ଦୁଇଟି ସଫଳ ଅପରେସନ ହୋଇଥିବା ନେଇ କାଶ୍ମୀର ଆଇଜି ଭିକେ ବିରଡି କହିଛନ୍ତି । କେରାନ ଏବଂ ତ୍ରାଲ ଅଞ୍ଚଳରେ ଦୁଇଟି ଅପରେସନରେ ୬ ଆତଙ୍କୀଙ୍କୁ ନିପାତ କରିଛି ସେନା । ପୂରା ଆତଙ୍କବାଦୀଙ୍କୁ ସଫା କରିବାକୁ ସେନା ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି କାଶ୍ମୀର ଆଇଜି।

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଜମ୍ମୁ- କାଶ୍ମୀର ଘାଟିରେ ଲଗାତାର ସର୍ଚ୍ଚ ଅପରେସନ୍ ଲାଗି ରହିଛି । ନିକଟରେ ପହଲଗାମ ଆକ୍ରମଣ କରିଥିବା ଆତଙ୍କୀ ସେନା ନିପାତ କରିଥିବା ଆସିଥିଲା । ଏହାପରେ ବି ସେଠାରେ ଏକାଧିକ ଆତଙ୍କୀ ଛପି ରହିଥିବା ସୂଚନା ଥିବାରୁ ସେଠାରେ ଏବେବି ସର୍ଚ୍ଚ ଅପରେସନ୍ ଜାରି ରହିଛି ।