Odia News Portal

ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ଲିଙ୍କ୍ ରେ ଖୋଳତାଡ଼: ପୁରୀର ଜଣେ ୟୁଟ୍ୟୁବରଙ୍କୁ IBର ପଚରାଉଚରା

ଗୁପ୍ତଚର ଅଭିଯୋଗରେ ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ନେଇ ଖୋଲତାଡ଼ । ପୁରୀର ଜଣେ ୟୁଟ୍ୟୁବରଙ୍କୁ IBର ପଚରାଉଚରା ।  ପୁରୀ ପୋଲିସ ସହଯୋଗରେ ଯୁବତୀଙ୍କୁ ଜେରା ହୋଇଛି। ଜ୍ୟୋତିଙ୍କ ସହ ସଂପର୍କ କଣ ଥିଲା ସେ ନେଇ ଗୁଡେଇତୁଡେଇ ପ୍ରଶ୍ନ କରିଛି IB ।  ୭ ମାସ ପୂର୍ବେ ପୁରୀ ଆସିଥିଲେ, ଜଗନ୍ନାଥଙ୍କ ଦର୍ଶନ କରିଥିଲେ ଜ୍ୟୋତି ।  କେଉଁଠି ରହୁଥିଲେ, କାହା ସହ ଭେଟିଥିଲେ ସେ ନେଇ ଯାଞ୍ଚ ଚାଲିଛି ।  ଜ୍ୟୋତି ତାଙ୍କ ସୋସିଆଲ ମିଡ଼ିଆରେ ପୁରୀ ଯିବା ନେଇ ଭିଡିଓ ପୋଷ୍ଟ କରିଥିଲେ । ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ହରିୟାଣାର ହିସାରରୁ ଜ୍ୟୋତିଙ୍କୁ ଗିରଫ କରିଥିଲା ସୁରକ୍ଷା ଏଜେନ୍ସି ।

ସେପଟେ ଗୁଇନ୍ଦା ବିଭାଗ ପକ୍ଷରୁ ଶ୍ରୀମନ୍ଦିର ଓ ପୁରୀ ଡିଆର୍‌ଡିଓ କାର୍ଯ୍ୟାଳୟ ସୁରକ୍ଷାକୁ ଆହୁରି ବଢ଼ାଇବା ଉପରେ ଜିଲ୍ଲା ପୋଲିସକୁ ପରାମର୍ଶ ଦିଆଯାଇଛି ।  ଜ୍ୟୋତି ଜଣେ ଟ୍ରାଭେଲ୍‌ ବ୍ଲଗର୍‌ ଓ ୟୁଟ୍ୟୁବର୍‌ । ସେ ବିଭିନ୍ନ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ନିଜ ବ୍ଲଗ୍‌, ୟୁଟ୍ୟୁବ୍‌, ଇନ୍‌ଷ୍ଟାଗ୍ରାମ ଭଳି ସୋସିଆଲ୍‌ ସାଇଟ୍‌ରେ ଛାଡ଼ିଥାନ୍ତି ।  ଜ୍ୟୋତି ୨୦୨୪ ସେପ୍ଟେମ୍ବର ୨୯ ତାରିଖରେ ନିଜ ଇନ୍‌ଷ୍ଟାଗ୍ରାମରେ ଶ୍ରୀମନ୍ଦିରର ଦୁଇଟି ଭିଡିଓ ଛାଡ଼ିଛନ୍ତି ।  ସେହିଭଳି ୨୦୨୪ ସେପ୍ଟେମ୍ବର ୨୭ ତାରିଖରେ ପୁରୀ ବେଳାଭୂମିରେ ବୁଲିବାର କିଛି ଫଟୋ ଇନ୍‌ଷ୍ଟାଗ୍ରାମରେ ଛାଡ଼ିଛନ୍ତି ।  ଜ୍ୟୋତି ଯେହେତୁ ପାକିସ୍ତାନ ଆଇଏସ୍‌ଆଇ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ହୋଇଛି, ତେଣୁ ପୁରୀ ଆସିବା ପଛରେ ସେଭଳି କିଛି ମନ୍ଦ ଉଦ୍ଦେଶ୍ୟ ନାହିଁ ତ? ତାହାର ଖୋଳତାଡ଼ ଆରମ୍ଭ କରିଛି କେନ୍ଦ୍ର ଓ ରାଜ୍ୟ ଗୁଇନ୍ଦା ବିଭାଗ ।