ଗୁପ୍ତଚର ଅଭିଯୋଗ ରେ ହରିୟାଣା ୟୁଟୁବର ଜ୍ୟୋତି ମଲୋହତ୍ରା ଙ୍କ ଲିଙ୍କ ରେ ପୁରୀରେ ପ୍ରିୟଙ୍କା ସେନାପତି ୟୁଟୁବର ଙ୍କ ର ସମ୍ପର୍କ ରହିଥିବା IB ଖବର ପାଇଛି l ସେଥିପାଇଁ IB ପୁରୀରେ ପହଞ୍ଚି ପୁରୀ ପୋଲିସ ସହାୟତା ରେ ପ୍ରିୟଙ୍କା ଙ୍କ ଘରେ ପହଞ୍ଚି ଗତକାଲି ଠାରୁ ତାଙ୍କୁ ମାରାଥନ ଜେରା ଚଳାଇଛି l କିନ୍ତୁ ପୋଲିସ ଏ ସମ୍ପର୍କ ରେ କିଛି ଗଣମଧ୍ୟମ ଆଗରେ କୌଣସି ତଦନ୍ତ ଦେଇ ନାହିଁ l ପୁରୀ ପୋଲିସ ଏ ସମ୍ପର୍କ ରେ ହରିଆଣା ପୋଲିସ ସହିତ ଯୋଗାଯୋଗ ରେ ଅଛନ୍ତି ବୋଲି ପୁରୀ sp ସୂଚନା ଦେଇଛନ୍ତି l ସେ କହିଛନ୍ତି ଯେ ସମସ୍ତ ତଥ୍ୟ ମିଳିବା ପରେ ଗଣମାଧ୍ୟମ ଆଗରେ ପ୍ରକାଶ କରିବା ପ୍ରିୟଙ୍କା ଙ୍କ ବାପା ସ୍ୱୀକାର କରିଛନ୍ତି l ଜ୍ୟୋତି ମଲୋହତ୍ରା ଙ୍କ ସହ ପ୍ରିୟଙ୍କା ଙ୍କ ୟୁଟୁବ ହିସାବ ରେ ସମ୍ପର୍କ ଥିଲା l ଏବଂ ସେ ଓଡିଶା ଆସିଥିବା ବେଳେ ପ୍ରିୟଙ୍କା ଙ୍କ ସହ ପୁରୀ କୋଣାର୍କ ସମୁଦ୍ର କୁଳ ଠାରୁ ଆରମ୍ଭ କରି ସମସ୍ତ ସ୍ଥାନ ବୁଲିଥିଲେ l ଏହା ସହ ପ୍ରିୟଙ୍କା 4 ମାସ ତଳେ ଜାମ୍ମୁକାଶ୍ମୀର ପହଲଗାମ ଯାଇଥିଲେ l ଏବଂ ପାକିସ୍ତାନ ର କର୍ତାର ମଧ୍ୟ ଯାଇଥିଲେ l ସେ ଜଣେ ୟୁଟୁବ ର ହିସାବ ରେ ଯାଇଥିଲେ l ପ୍ରିୟଙ୍କା ଙ୍କ ସହ କିଏ ଯାଇଥିଲେ କାଇଁକି ଯାଇଥିଲେ ବୋଲି ସେ ଜାଣିନାହାନ୍ତି l ଅନ୍ୟପକ୍ଷ ରେ ପ୍ରିୟଙ୍କା କହିଛନ୍ତି ଯେ ସେ ଜ୍ୟୋତି ମଲୋହତ୍ରା ପାକିସ୍ତାନ ପାଇଁ ଗୁଇନ୍ଦା ଗିରି କରୁଥିଲେ ବୋଲି ସେ ଜାଣିନଥିଲେ l ସେ ଗିରଫ ହେବା ପରେ ତାହା ତାଙ୍କ ଦୃଷ୍ଟି କୁ ଆସିଛି l ସେ ଯଦି ଜାଣିଥାନ୍ତେ ସେ ତାଙ୍କ ସହ ସମ୍ପର୍କ ରଖିନଥାନ୍ତେ ବୋଲି ସଫେଇ ଦେଇଛନ୍ତି l ଏହା ମଧ୍ୟରେ ପ୍ରିୟଙ୍କା ପାକିସ୍ତାନ ଯାଇଥିବା ବେଳେ ତାଙ୍କ ସହିତ ଜ୍ୟୋତି ମଲାହୋତ୍ରା ଥିବାର କେତେକ ଭିଡିଓ ଭାଇରଲ ହେଉଛି l ତଦନ୍ତ ନସାରିବା ପର୍ଯ୍ୟନ୍ତ ପ୍ରିୟଙ୍କା ପୁରୀ ଛାଡି କୁଆଡେ ଯାଇପାରିବେ ନାହିଁ ବୋଲି ପୋଲିସ ପକ୍ଷରୁ ତାଙ୍କୁ କୁହାଯାଇଛି l ଏବଂ ତାଙ୍କ ଉପରେ ପୋଲିସ ଏବେ ବି କଡା ନଜର ରଖି ତଦନ୍ତ ଚାଲୁ ରଖିଛି l