Odia News Portal

ପାକିସ୍ତାନୀ ସ୍ପାଏ ଜ୍ୟୋତି ମଲହୋତ୍ରାଙ୍କ ଓଡ଼ିଶା ଲିଙ୍କ୍, ପୁରୀ ଯୁବତୀଙ୍କୁ IBର ପଚରାଉଚରା

ପାକିସ୍ତାନର ଗୁଇନ୍ଦାଗିରି କରୁଥିବା ଜ୍ୟୋତି ମଲହୋତ୍ରାଙ୍କ ସହ ପୁରୀ ଯୁବତୀଙ୍କ ଲିଙ୍କ୍ ଘଟଣା । ପୁରୀରେ ଇଣ୍ଟେଲିଜେନ୍ସ ବ୍ୟୁରୋର ଜେରା ।ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ସହ ପୁରୀର ଯୁବତୀ ପ୍ରିୟଙ୍କା ସେନାପତିଙ୍କ କ’ଣ ସମ୍ପର୍କ ରହିଛି ସେନେଇ ଖୋଳତାଡ ହୋଇଛି । ପୁରୀ ପୋଲିସ ସହାୟତାରେ ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କୁ ଜେରା କରିଛି IB । ସେପଟେ ପୂର୍ବରୁ ପ୍ରିୟଙ୍କା ମଧ୍ୟ ପାକିସ୍ତାନ କର୍ତ୍ତାରପୁର ସାହେବ ଗୁରୁଦ୍ୱାର ନିକଟରେ ବ୍ଲଗ କରିଥିବା ଦେଖିବାକୁ ମିଳିଛି । 

ଅନ୍ୟପଟେ ପୁରୀ ୟୁଟ୍ୟୁବର ପ୍ରିୟଙ୍କା ସେନାପତି ନିଜ ଇନଷ୍ଟାଗ୍ରାମରେ ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି, “ଜ୍ୟୋତିଙ୍କୁ ୟୁଟ୍ୟୁବ ଜରିଆରେ ଜାଣିଥିଲି । ସେ କେବଳ ଜଣେ ବନ୍ଧୁ । ଜ୍ୟୋତିଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ କିଛି ଜାଣିନି । ଗୁଇନ୍ଦାଗିରି କରୁଥିବା କଥା ଜାଣିଥିଲେ ତାଙ୍କ ସହ କେବେ ସମ୍ପର୍କରେ ଆସି ନଥାଆନ୍ତି । କଣ୍ଟେଣ୍ଟ କ୍ରିଏସନ୍ ଜରିଆରେ ଜ୍ୟୋତିଙ୍କୁ ଜାଣିଥିଲି । ଏବେ ତାଙ୍କ ବିଷୟରେ ଜାଣି ମୁଁ ଆଶ୍ଚର୍ଯ୍ୟଚକିତ । କୌଣସି ଏଜେନ୍ସି ମୋତେ ନେଇ ଯଦି ତଦନ୍ତ କରିବେ, ମୁଁ ପୂର୍ଣ୍ଣ ସହଯୋଗ କରିବି ।”

ସୂଚନାଯୋଗ୍ୟ, ୨୦୨୪ ସେପ୍ଟେମ୍ବରରେ ପୁରୀ ଆସିଥିଲେ ଜ୍ୟୋତି ମଲହୋତ୍ରା। ଶ୍ରୀମନ୍ଦିର ଓ ଆଖପାଖରେ ସେ ଫଟୋ ଉଠାଇଥିଲେ। ତେଣୁ ଓଡ଼ିଶାର କିଛି ଗୁପ୍ତ ତଥ୍ୟ ପାକିସ୍ତାନକୁ ଲିକ୍ ହୋଇଛି କି ନାହିଁ ତାକୁ ନେଇ ସନ୍ଦେହ ବଢୁଛି। ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଜ୍ୟୋତି ମାଲହୋତ୍ରାଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି ହରିୟାଣାର ହିସାର ପୋଲିସ। ବର୍ଷ ବର୍ଷ ଧରି ଶତ୍ରୁରାଷ୍ଟ୍ର ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗରେ ଜ୍ୟୋତି ଗିରଫ ହୋଇଥିବାବେଳେ କେଉଁ ତଥ୍ୟ ପାକିସ୍ତାନକୁ ଲିକ୍ ହୋଇଛି ତାହାକୁ ନେଇ ଚାଲିଛି ଖୋଳତାଡ ।