Odia News Portal

ଆନ୍ଧ୍ରପ୍ରଦେଶ ବିଜିୟାନଗରମ୍‌ରେ ଅଘଟଣ,  କାର୍‌ ଭିତରେ ଶ୍ବାସରୁଦ୍ଧ ହୋଇ ୪ ଶିଶୁ ମୃତ

ଆନ୍ଧ୍ରପ୍ରଦେଶ ବିଜିୟାନଗରମ୍‌ରେ ଅଘଟଣ । ବିଜିୟାନଗରମ୍‌ ଜିଲ୍ଲା ଦ୍ୱାରପୁଡି ଗାଁ ପାର୍କିଂ ହୋଇଥିବା ଏକ କାର୍‌ ଭିତରେ ଶ୍ୱାସରୁଦ୍ଧ ହୋଇ ୪ ପିଲାଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ପୁଅ ଓ ୩ ଝିଅ ଥିବା ଜଣା ପଡିଛି । ମୃତକ ପିଲା ହେଲେ ଆଠ ବର୍ଷର ବି.ଉଦୟ, ଆଠ ବର୍ଷର ଚାରୁମତି, ଛ ବର୍ଷର କରିସ୍ମା ଏବଂ ମନସ୍ୱିନୀ । ସୂଚନା ଅନୁଯାୟୀ, ପିଲାମାନେ ଘର ବାହାରେ ଖେଳୁଥିବା ସମୟରେ  ପାଖରେ ଠିଆ ହୋଇଥିବା କାର ଭିତରେ ପଶିଥିଲେ ।

ହେଲେ କାର ଡୋର୍ ଅଟୋ ଲକ୍ ହୋଇଯାଇଥିଲା । ଆଉ ଡୋର୍ ସେମାନେ ଖୋଲିପାରି ନଥିଲେ । ଶ୍ବାସରୁଦ୍ଧ ହୋଇ ଗାଡ଼ି ଭିତରେ ଛଟପଟ ହେଉଥିଲେ । ପିଲାମାନେ ନିଖୋଜ ଥିବା ଜାଣିବା ପରେ, ପରିବାର ଲୋକେ ସେଠାରେ ଖୋଜାଖୋଜି କରିଥିଲେ ଏବଂ ଗାଡ଼ି ଭିତରେ ସେମାନଙ୍କୁ ଅଚେତ ଅବସ୍ଥାରେ ପାଇଥିଲେ । ତୁରନ୍ତ ପିଲାଙ୍କୁ ଉଦ୍ଧାର କରି ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ୪ ଶିଶୁଙ୍କ ମୃତ୍ୟୁକୁ ନେଇ ତଦନ୍ତ ଆରମ୍ଭ କରିଛି ସ୍ଥାନୀୟ ପୁଲିସ ।