Odia News Portal

ବାଂଲାଦେଶୀଙ୍କ ହଟ୍‌ସ୍ପଟ୍‌ ପାଲଟିଛି ତଟବର୍ତ୍ତୀ ୬ ଜିଲ୍ଲା; ଓଡ଼ିଶାରୁ ବିଦା କରିବାକୁ ଆରମ୍ଭ ହୋଇଛି ଚିହ୍ନଟ ପ୍ରକ୍ରିୟା

ବାଂଲାଦେଶୀଙ୍କ ହଟ୍‌ସ୍ପଟ୍‌ ପାଲଟିଛି ତଟବର୍ତ୍ତୀ ଜିଲ୍ଲା । ବାଲେଶ୍ଵର, ଭଦ୍ରକ, କେନ୍ଦ୍ରପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଏହି ୬ ଜିଲ୍ଲାରେ ଚାଲିଛି ବେଆଇନ୍ ବାଙ୍ଗଲାଦେଶୀ ଚିହ୍ନଟ ପ୍ରକ୍ରିୟା । ରାଜ୍ୟରୁ ଖୁବ୍ ଶୀଘ୍ର ବିଦା ହେବେ ବେଆଇନ୍ ବାଂଲାଦେଶ ନାଗରିକ I ଏନେଇ ଚିହ୍ନଟ ପ୍ରକ୍ରିୟା ଚାଲିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନୋଡାଲ ଏଜେନ୍ସି ଭାବେ ଦାୟିତ୍ଵ ନେଇଛି ଏସଟିଏଫ୍ । ବାଙ୍ଗଲାଦେଶୀଙ୍କୁ ଚିହ୍ନଟ ପାଇଁ ସମସ୍ତ୍ ଜିଲ୍ଲା ଅଧିକାରୀ, ତଟ ସୁରକ୍ଷା ବାହିନୀ ସହ ସବୁ ଏଜେନ୍ସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 

ଅନ୍ୟପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ଆଇନ୍‌ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି, ବାଙ୍ଗଲାଦେଶୀମାନେ ଓଡ଼ିଶାରୁ ବିଦା ହେବେ । କୌଣସି ଅଣ ନାଗରିକ ଓଡ଼ିଶାରେ ରହିପାରିବେ ନାହିଁ । ବାଙ୍ଗଲାଦେଶୀ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ଇଞ୍ଜିନିୟରିଂ ବିଭାଗ ଗୁଡ଼ିକ ସହ ଆଲୋଚନା ହୋଇଛି । ବିଭିନ୍ନ ଏଜେନ୍ସିରେ ରହି ବାଙ୍ଗଲାଦେଶୀ କାମ କରୁଛନ୍ତି । ସେମାନଙ୍କୁ ଚିହ୍ନଟ କରାଯିବ ।