ରାଜଧାନୀରେ ଚାଞ୍ଚଲ୍ୟ। ଏକତରଫା ପ୍ରେମକୁ ନେଇ ଯୁବତୀଙ୍କ ଉପରକୁ ଏସିଡ୍ ଫିଙ୍ଗିଲା ଯୁବକ। ଅବଶ୍ୟ ସୌଭାଗ୍ୟବଶତଃ ବର୍ତ୍ତଗଲେ ଯୁବତୀ। ଅଭିଯୁକ୍ତ ଯୁବକଙ୍କୁ କାବୁ କରି ପୋଲିସର ଜିମା ଦେଲେ ଲୋକେ।
ସୂଚନା ଅନୁଯାୟୀ, ସହିଦନଗର ସାଇ ମନ୍ଦିର ନିକଟରେ ଜଣେ ଯୁବତୀଙ୍କ ଉପରକୁ ଏସିଡ୍ ଫିଙ୍ଗିବାକୁ ଉଦ୍ୟମ କରିଛି ଜଣେ ଯୁବକ। ଅବଶ୍ୟ ଏସିଡ୍ ମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୁବତୀ। ଜଣାପଡ଼ିଛି ଏହି ଯୁବକ ଜଣକ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ। ଆଉ ଯୁବତୀ ଜଣକ ଏକା ଯାଉଥିବା ସମୟରେ ସେଠାରେ ପହଞ୍ଚି ସାଙ୍ଗରେ ଯିବାକୁ କହିଥିଲା। ଆଉ ନଯିବାରୁ ଏସିଡ୍ ଫିଙ୍ଗିଥିଲା ଯୁବକ। ହେଲେ ସୌଭାଗ୍ୟବସତଃ ଯୁବତୀ ଜଣକ ବର୍ତ୍ତିଯାଇଛନ୍ତି।ସ୍ଥାନୀୟ ଲୋକ ଯୁବକଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି।