ଛତିଶଗଡ ବିଜାପୁରରେ ବଡ ଏନକାଉଣ୍ଟର ହୋଇଛି । ଏନକାଉଣ୍ଟରରେ ୨୭ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ନାରାୟଣପୁର ଅବୁଝମାଡ ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ମିଳୁଛି । ଏନେଇ ସୂଚନା ଦେଇଛନ୍ତି ଛତିଶଗଡ ଗୃହମନ୍ତ୍ରୀ । ଅବୁଝମାଡ ଜାଟଲୁର ଜଙ୍ଗଲରେ ଅପରେସନ ଜାରି ରହିଛି ।