Odia News Portal

ଏନକାଉଣ୍ଟରରେ ନିପାତ ହେଲେ ମାଓବାଦୀ ; ଖୁସିରେ ନାଚିଲେ ଯବାନ

ନକ୍ସଲଙ୍କୁ ନିପାତ କରି ନାଚିଲେ ଯବାନ । ଗତକାଲି ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ଏକନାଉଣ୍ଟରରେ ମାଓନେତା ବାସବ ରାଜୁଙ୍କ ସମେତ ୨୭ ମାଓବାଦୀଙ୍କୁ ନିପାତ କରିଛି ସେନା । ମାଓବାଦୀଙ୍କ ମୃତ ଶରୀର ଏକାଠି ରଖି ଖୁସି ମନାଇଛନ୍ତି ଯବାନ । ଯବାନଙ୍କ ଏନକାଉଣ୍ଟରରେ ପ୍ରଥମ ଥର ପାଇଁ ଗତ ଗୋଟିଏ ଦଶନ୍ଧି ମଧ୍ୟରେ ମୁଖିଆ ବିହୀନ ହୋଇଛି ମାଓ ସଙ୍ଗଠନ । ୭୦ ବର୍ଷୀୟ ବାସବ ରାଜୁ ମାଓବାଦୀଙ୍କ ଟପ୍ ନେତା ଥିବା ବେଳେ ତାଙ୍କୁ ନିପାତ କରିଛନ୍ତି ଯବାନ । ଅନ୍ୟ ଦୁଇ ବରିଷ୍ଠ ମାଓନେତା ମାଲୋଜୁଲ୍ଲା ବେଣୁଗୋପାଳ ଓରଫ୍ ସୋନୁ ଏବଂ ଥିପିରି ତିରୁପତି ଓରଫ୍ ଦେବଜୀଙ୍କର ମୃତ୍ୟୂ ହୋଇଛି । ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ବିଜାପୁର, ନାରାୟଣପୁର, ଦାନ୍ତେୱାଡା, କୋଣ୍ଡାଗାଓଁ ଡିଆରଜି ଯବାନଙ୍କ ପକ୍ଷରୁ ଅପରେସନ ଜାରି ରହିଛି । ସେପଟେ ଜଙ୍ଗଲରେ ମୃତ ମାଓବାଦୀଙ୍କ ମୃତଦେହ ହେଲିକପ୍ଟର ଯୋଗେ ବିଜାପୁର ଅଣାଯାଇଛି ।