Odia News Portal

ରାଜ୍ୟରେ ଖୋଲିବ ଆଉ ୨୦ ସାଇବର ଥାନା

ରାଜ୍ୟରେ ସାଇବର ଅପରାଧ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ । ଏହାର ମୁକାବିଲା ପାଇଁ ରଣ ନୀତି ପ୍ରସ୍ତୁତ କରିଛି ଓଡିଶା ପୋଲିସ । ଓଡ଼ିଶାରେ ଖୋଲିବ ସାଇବର କ୍ରାଇମ କମାଣ୍ଡ ସେଣ୍ଟର । ପୂର୍ବରୁ ରାଜ୍ୟରେ ୧୪ଟି ସାଇବର ଥାନା ଥିବା ବେଳେ ଆହୁରି ୨୦ ଟି ସାଇବର ଥାନା ଅଧିକ ଖୋଲାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି ।

ଡିଜିପି ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସବୁ ଥାନା ଗୁଡିକ ପାଇଁ ୬ ଜଣ ଲେଖାଏଁ ସାଇବର ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ । ଯେଉଁଥିରେ ଦୁଇଜଣ IT ବିଶେଜ୍ଞ, ଦୁଇଜଣ ଆକାଉଣ୍ଟ ବିଶେଷଜ୍ଞ, ଏବଂ ଦୁଇଜଣ ସାଇବର ଆଇନ ପରାମର୍ଶଦାତାଙ୍କୁ ନିଯୁକ୍ତି ମିଳିବ । ଏଥିପାଇଁ ୧୪ଟି ସାଇବର ଥାନାରୁ ଆଜି ଅଧିକାରୀଙ୍କୁ ନେଇ ୪ ଦିନିଆ କର୍ମଶାଳା ଅନୁଷ୍ଠିତ ହେଉଛି । ଯେଉଁଥିରେ ସାଇବର ବିଶେଜ୍ଞ ଡକ୍ଟର ରକ୍ସିତ ଟଣ୍ଡନ ସାଇବର ଅପରାଧ ରୋକିବା ପାଇଁ ଗୁରୁମନ୍ତ୍ର ଦେବେ । ବର୍ତ୍ତମାନ ରାଜ୍ୟରେ ସାଇବର କ୍ଷେତ୍ରରେ ଅପରାଧୀମାନେ ହୁ ହୁ ହୋଇ ମାଡି ଚାଲିଛନ୍ତି । ଏମାନଙ୍କୁ ରୋକ ଦେବା ପାଇଁ କ୍ରାଇମବ୍ରାଞ୍ଚ ସାଇବର ଶାଖା ପ୍ରସ୍ତୁତ ବୋଲି କହିଛନ୍ତି ପୋଲିସ ଡିଜି ୱାଇବି ଖୁରାନିଆ ।