Odia News Portal

ଶ୍ରୀ ଜଗନ୍ନାଥ ଙ୍କ ଖଜା ଭୋଗ କିଣୁଥିଲେ ସାବଧାନ

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରସିଦ୍ଧ ଖଜା ଭୋଗ କିଣୁଛନ୍ତି କି? ମନ୍ଦିର ବାହାରୁ ଖଜା କିଣୁଥିଲେ ସାବଧାନ l ଯଦି ଆପଣ ଏକ କିଲୋ ଖଜା ଖଜା କିଣୁଛନ୍ତି ଆପଣ ପ୍ରକୃତ ରେ 700 ଗ୍ରାମ ଖଜା ପାଇବେ lଏଭଳି ଏକ ଚଞ୍ଚଲ୍ୟକର ଠକେଇ ଘଟଣା ପୁରୀ ବଡଦାଣ୍ଡ ରେ ଧରପଡ଼ିଛି l ବ୍ରହ୍ମପୁର ରୁ ଆସିଥିଲେ କିଛି ଲୋକ ଆଜି ମନ୍ଦିର ବାହାରେ ଥିବା କିଛି ଦୋକାନୀ ଠାରୁ 20 କିଲୋ ଖଜା କିଣିଥିଲେ କିନ୍ତୁ ସେମାନଙ୍କ ର ସନ୍ଦେହ ହେବାରୁ ସେମାନେ ଖଜା କୁ ନେଇ ପାଖ ଦୋକାନ ରେ ଥିବା ଅନ୍ୟ ଏକ ଦୋକାନ ରେ ଓଜନ ଯନ୍ତ୍ର ରେ ଓଜନ କରିବାରୁ 20 କିଲୋ ଖଜା ବାର କିଲୋ ହୋଇଥିଲା l ସେହି ଲୋକ ମାନେ କିଣିଥିବା ଦୋକାନୀ କୁ ଏହା କହି ଅଭିଯୋଗ କରିଥିବା ସମୟରେ ଦୋକାନୀ ଓ ସେମାନଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଓ ଗଣ୍ଡଗୋଳ ହୋଇଥିଲା l ଏହି ସମୟରେ ସମ୍ପୃକ୍ତ ଦୋକାନୀ ଙ୍କ ଇଷାରା ରେ କିଛି ଗୁଣ୍ଡା ଶ୍ରେଣୀ ର ଯୁବକ ଆସି ବ୍ରହ୍ମପୁର ର ସେହି ଲୋକଙ୍କ ସହିତ ମାଡ଼ଗୋଳ କରିବା ପାଇଁ ଉଦ୍ୟମ କରିଥିଲେ l ପୋଲିସ ରେ ସେମାନେ ଏ ସମ୍ପର୍କ ରେ ଅଭିଯୋଗ କରିବା ପରେ ପୋଲିସ ଏହି ଘଟଣା ର ତଦନ୍ତ କରୁଛି l

ଶ୍ରୀ ମନ୍ଦିର ଭିତରେ ଦେଶୀ ଗାଈ ଘିଅ ରେ ଖଜା ତିଆରି ହଉଥିବାରୁ ତାହା ଚଢା ଦର ରେ ବିକ୍ରି ହେଉଛି ତେଣୁ ମନ୍ଦିର ବାହାରେ କିଲୋ 200 ରୁ 300 ଟଙ୍କା ଦରରେ ବିକ୍ରି ହେଇଥିବାରୁ ଶ୍ରଦ୍ଧାଳୁ ମାନେ ବାହାରୁ ଖଜା କିଣି ଏହି ଭଳି ହିନସ୍ଥା ର ସମ୍ମୁଖୀନ ହେଉଛନ୍ତି l