Odia News Portal

ବାରୁଦ ଗୋଦାମ ଘଟଣାରେ ନୂଆ ଟ୍ବିଷ୍ଟ

ବାରୁଦ ଗୋଦାମ ଘଟଣାରେ ନୂଆ ମୋଡ଼ । ଶ୍ରବଣ ଅଗ୍ରୱାଲଙ୍କ ବାରୁଦ ଗୋଦାମରୁ ନୂଆ ମୋଡ଼ ଆସିଛି ।  ଏ ଘଟଣାରେ ଏବେ ନିକିତା ଅଗ୍ରୱାଲଙ୍କ ନାଁ ସାମ୍ନାକୁ ଆସିଛି । ଏହି ନିକିତା ଅଗ୍ରୱାଲ କିଏ , ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । 

ହାଇଦ୍ରାବାଦରୁ ଗତକାଲି ଆହୁରି ୧୫ ଟନ୍ ବାରୁଦ ଓ ୩ ଲକ୍ଷ ମିଟର ବିସ୍ଫୋରକରେ ବ୍ୟବହୃତ ତାର ଆସିଲା ପରେ ଖୋଲିଲା ଗୁମର । ହାଇଦ୍ରାବାଦରୁ ଆସିଥିବା ବାରୁଦ ଓ ବିସ୍ଫୋରକ ସାମଗ୍ରୀର ଟେମ୍ପରାରି ପରମିଟ୍ ଗଣମାଧ୍ୟମ ହାତରେ ଲାଗିଛି । ଗିରଫ ଗୋଦାମ ମାଲିକ ଶ୍ରବଣଙ୍କ ନାଁରେ ଅଧା ବାରୁଦ ଆସିଥିବା ବେଳେ ଆଉ ଅଧା ବାରୁଦ ଆସିଛି ନିକିତା ଏଣ୍ଟରପ୍ରାଇଜେସ୍ ମାଲିକ ନିକିତା ଅଗ୍ରୱାଲଙ୍କ ନାଁରେ । ବାରୁଦ ଓ ବିସ୍ଫୋରକ ବ୍ୟବହୃତ ତାର ମଧ୍ୟ ଉଭୟଙ୍କ ନାଁରେ ଆସିଛି । 

ଏବେ ପ୍ରଶ୍ନ ଉଠୁଛି ନିକିତା ଅଗ୍ରୱାଲ କିଏ ? ନିକିତା ,ଶ୍ରବଣଙ୍କ କେହି ସମ୍ପର୍କୀୟ କି ? ପୁଲିସ କାହିଁକି ନିକିତାଙ୍କୁ ତଦନ୍ତ ପରିସର ଭିତରକୁ ନେଇନାହିଁ  ? ନିକିତା ଅଗ୍ରୱାଲଙ୍କୁ ଏଯାଏ କାହିଁକି କରାଯାଇନି ଜେରା ? ଯଦି ଶ୍ରବଣ ଅଗ୍ରୱାଲ ଓ ଟ୍ରକ୍ ଡ୍ରାଇଭରଙ୍କୁ ଗିରଫ କରାଯାଇଥିବା ବେଳେ ନିକିତାଙ୍କୁ କେବେ ପଚରାଉଚରା କରାଯିବ ।