ଏଣିକି ଖଣି ବିଭାଗ ପାଖରେ ରହିବ ଲଘୁ ଖଣିଜ । ଆଉ ଏହାର ଦାୟିତ୍ୱ ତୁଲାଇବ ରାଜସ୍ୱ ବିଭାଗ । ଭୁବନେଶ୍ବରରେ ଆୟୋଜିତ ତହସିଲଦାର ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ପୂର୍ବରୁ ରାଜସ୍ୱ ବିଭାଗର ବଡ଼ ଦାୟିତ୍ୱ ଥିଲା ଲଘୁ ଖଣିଜ । ହେଲେ ଖଣି ବିଭାଗକୁ ଗଲା ପରେ ଲଘୁ ଖଣିଜ ଚୋରା ଚାଲାଣ ବନ୍ଦ କରିବାରେ ଖଣି ବିଭାଗ ସକ୍ଷମ ହେଉନାହିଁ ।
ମୁଖ୍ୟମନ୍ତ୍ରୀ କହିଛନ୍ତି , ରାଜସ୍ୱ ବିଭାଗକୁ ପୁନର୍ବାର ଦାୟିତ୍ୱ ପ୍ରଦାନ କରାଯିବ । ଲଘୁ ଖଣିଜ ଚୋରା ଚାଲାଣକୁ ରୋକିବା ପାଇଁ ଏ ଦାୟିତ୍ୱ ରାଜସ୍ୱ ବିଭାଗର ଅଧିକାରୀମାନେ ସୁଚାରୁ ରୂପେ ତୁଲାଇବେ ବୋଲି ଆଶା ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଲଘୁ ଖଣିଜ ଚୋରା ଚାଲାଣ ନେଇ କନକ ନ୍ୟୁଜ୍ରେ ଲଗାତାର ଖବର ପ୍ରସାରଣ କରାଯାଇଛି । ଏହା ପରେ ଖଣି ବିଭାଗ ପାଖରେ ଲଘୁ ଖଣିଜ ରହିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।