Odia News Portal

ୟୁନିଟ୍ -୧ରେ ବେଆଇନ ନିଶାଦ୍ରବ୍ୟର ପସରା, ଆଜି ବି ଚାଲିଛି ରେଡ୍

ଆଜି  ଦ୍ୱିତୀୟ ଦିନରେ ରାଜଧାନୀ ଭୁବନେଶ୍ବରରେ ରେଡ୍ କରୁଛି ଏସଟିଏଫ୍ ଟିମ୍ । ୟୁନିଟ୍ -୧ ହାଟରେ ଦ୍ୱିତୀୟ ଦିନରେ ରେଡ୍ ଚାଲିଛି । ଡ୍ରଗ୍ସ କଣ୍ଟ୍ରୋଲର ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିତ ଭାବେ ଏହି ଚଢାଉ କରାଯାଉଛି । ଗୁଟଖା, ପାନ ମସଲା, ନିକୋଟିନ୍, ମାଦକ ଦ୍ରବ୍ୟ, ବେଆଇନ ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ ଚାଲିଛି ରେଡ୍ । ଗତକାଲି ରେଡ୍ କରିବା ସହ ବ୍ୟାପକ ପରିମାଣର ଗୁଟଖା ଜବତ କରାଯାଇଥିଲା । ଗତକାଲି ୟୁନିଟ୍ -୧ ହାଟରେ ବଡ଼ ଧରଣର ଚଢାଉ ହୋଇଥିବାବେଳେ ଆଜି ମଧ୍ୟ ପୁଣି ଚଢାଉ କରାଯାଉଛି । 

ଜର୍ଦ୍ଦାକୁ ସରକାର ବ୍ୟାନ କରିଥିବା ବେଳେ ଏହାକୁ ବିକ୍ରି କରୁଥିବା ଦୋକାନୀ ମାଲିକମାନେ କହିଛନ୍ତି ସେମାନେ ଏହାର ବ୍ୟାନ ବିଷୟରେ ଅବଗତ ନାହାନ୍ତି । ତେଣୁ ବିକ୍ରି କରିଥିବା କହିଛନ୍ତି । ସୂଚନା ଯୋଗ୍ୟ, ଏଗୁଡିକ ବ୍ୟାନ ହୋଇଥିବାବେଳେ ଦୋକାନୀମାନେ ପାନ ମସଲା ସହିତ ଗ୍ରାହକମାନଙ୍କୁ ଜର୍ଦ୍ଦାକୁ ମିଶାଇ ବିକ୍ରି କରୁଛନ୍ତି । ଜର୍ଦ୍ଦାରେ ନିକୋଟିନ୍ ରହୁଥିବାରୁ ତାହା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ତାହା ବିକ୍ରି କରିବା ନିଷେଧ । ବିକ୍ରି ପାଇଁ ୪ରୁ ୫ ବର୍ଷ ହେଲା ବିକ୍ରି ଉପରେ କଟକଣା ଜାରି କରାଯାଇଥିବାବେଳେ କିଭଳି ଦୋକାନୀ ଓ ସର୍ବସାଧାରଣ ଏ ବିଷୟରେ ଜାଣି ନାହାନ୍ତି, ତାକୁ ନେଇ ପ୍ରଶ୍ନ ଉଠିଛି । ଆଇନ ଓ ନିୟମ କେବଳ କାଗଜ କଲମରେ ହିଁ ସୀମିତ ବୋଲି ଏଥିରୁ ସ୍ପଷ୍ଟ ଜଣାପଡିଛି ।