Odia News Portal

ଜନଗଣନା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା; ରାଜ୍ୟ ପାଇଁ ନିଯୁକ୍ତ ହେଲେ ଅଧିକାରୀ

ଜନଗଣନା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି। ଜୋର ଧରିଲା ମହିଳା ସଂରକ୍ଷଣ ଓ ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ ଚର୍ଚ୍ଚା। ୨୦୨୬ରେ ଓଡ଼ିଶାରେ ସୀମା ନିର୍ଦ୍ଧାରଣ ହୋଇପାରେ। ରାଜସ୍ବ ମନ୍ତ୍ରୀଙ୍କ ଏହି ସୂଚନା ପରେ ଏବେ ସବୁଠି ଜନଗଣନା ସଂପର୍କିତ ଆଲୋଚନା। ଅପରପକ୍ଷେ ଦେଶ ସ୍ବାଧୀନ ହେବା ପରେ ପ୍ରଥମ ଥର ଜାତିଭିତ୍ତିକ ଜନଗଣନା ହେଉଥିବାରୁ ପଛୁଆ ବର୍ଗ ଉପକୃତ ହେବେ ବୋଲି ଆଶା କରାଯାଉଛି।

ଆରମ୍ଭ ହେଲା ଜନଗଣନା ପ୍ରକ୍ରିୟା। ରାଜ୍ୟରେ ପ୍ରସ୍ତୁତି ଆରମ୍ଭ। ଆଗକୁ ମହିଳା ସଂରକ୍ଷଣ ଓ ସୀମା ପୁନଃ ନିର୍ଦ୍ଧାରଣ ନେଇ ଆସିପାରେ ବଡ଼ ନିଷ୍ପତ୍ତି। ଯାହାକୁ ନେଇ ଚର୍ଚ୍ଚା ଅନେକ। ଗତକାଲି ରାଜ୍ୟର ଜନଗଣନା ପାଇଁ ନିଯୁକ୍ତ ହୋଇଛନ୍ତି ଅଧିକାରୀ। କାର୍ମିକ ମନ୍ତ୍ରାଳୟ ପକ୍ଷରୁ ଆଇଏଏସ୍ ଅଫିସର ନିଖିଳ ପବନ କଲ୍ୟାଣଙ୍କୁ ନିର୍ଦ୍ଦେଶକ ଭାବେ ନିଯୁକ୍ତି କରାଯାଇଛି। ଡିସେମ୍ବର ଯାଏ ସେ ଜନଗଣନା ଦାୟିତ୍ବରେ ରହିବେ। ରାଜସ୍ବ ମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇ କହିଛନ୍ତି, ଆଗକୁ ରାଜ୍ୟରେ ସୀମା ନିର୍ଦ୍ଧାରଣ ସହ ଲୋକସଭା ଓ ବିଧାନସଭାରେ ମହିଳା ସଂରକ୍ଷଣ ଲାଗୁ ହୋଇପାରେ।