ଚନ୍ଦ୍ରଶେଖରପୁରରେ ନିର୍ମାଣ ହେବ ଓଡିଶା ମଣ୍ଡପ । ୧୦ ହଜାର ଲୋକ ବସିବା କ୍ଷମତାର କନଭେନସନ ସେଣ୍ଟର ରହିବ । କନଭେନସନ ସେଣ୍ଟର ସହ ବୋର୍ଡ ରୁମ ମଧ୍ୟ ରହିବ । ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଅନ୍ୟ ପକ୍ଷରେ ନୂଆ ଢାଞ୍ଚାରେ ତିଆରି ହେବ ଲୋକସେବା ଭବନ, ବିଧାନସଭା । ଏନେଇ ମଧ୍ୟ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଲେ ପୁରୁଣା ବିଲ୍ଡିଂ ରୂପରେଖ ବଦଳିବା ନେଇ ଆଲୋଚନା ଚାଲିଛି ।