Odia News Portal

ଆଜି ଚିକିତ୍ସା ପାଇଁ ହସ୍ପିଟାଲ୍ ଯିବେ ନବୀନ

 ଆଜି ଚିକିତ୍ସା ପାଇଁ ମୁମ୍ବାଇ ଯିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହା ପୂର୍ବରୁ ବିଜୁ ମହିଳା ଜନତା ଦଳର ନେତ୍ରୀ ମାନେ ନବୀନ ନିବାସରେ ପହଁଚିଛନ୍ତି । ବରିଷ୍ଠ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ, ରଞ୍ଜିତା ସାହୁ, ଲେଖାଶ୍ରୀ ସାମନ୍ତସିଂହାର, ଶର୍ମିଷ୍ଠା ସେଠୀ, ମଞ୍ଜୁଲତା ମଣ୍ଡଳ, ମିନତୀ ବେହେରା ପ୍ରମୁଖ ନବୀନ ନିବାସକୁ ଯାଇଛନ୍ତି  । 

ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ସଫଳ ଅସ୍ତ୍ରୋପଚାର ପାଇଁ ଶୁଭମନାସି ଆଶୁ ଆରୋଗ୍ୟ କାମନା କରିଛନ୍ତି ବିଜେଡି ନେତ୍ରୀ  ।  ନବୀନ ମୁମ୍ବାଇ ଯାଉଥିବା ବେଳେ ଦଳର ରାଜନୈତିକ ବ୍ୟାପାର କମିଟି ହାତରେ ପରିଚାଳନା ଭାର ନ୍ୟସ୍ତ କରିଛନ୍ତି । ନବୀନଙ୍କ ଅନୁପସ୍ଥିତିରେ ଦଳରେ ସମନ୍ବୟ ଦାୟିତ୍ବ ସମ୍ଭାଳିବେ ବରିଷ୍ଠ ଉପସଭାପତି ଦେବୀ ମିଶ୍ର ।