Odia News Portal

ଭିଜିଲାନ୍ସ ଜାଲରେ ୨ ସରକାରୀ ବାବୁ, ଅଙ୍ଗନୱାଡି କର୍ମୀଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଲେ

ଦରମା ପୁରିଲାନି, ଶେଷରେ ଲାଞ୍ଚ ପାଇଁ ହାତ ପକାଇ ଅକଳରେ ପଡ଼ିଯାଇଛନ୍ତି ସରକାରୀ କର୍ମଚାରୀ । ରାୟଗଡ଼ା ଜିଲ୍ଲା ବିଷମକଟକ ସିଡିପିଓ ଶୁଶିଳା ଶବର ଏବଂ କିରାଣୀ ରାମଚନ୍ଦ୍ର ପାତ୍ର ଭିଜିଲାନ୍ସରେ ପଡ଼ିଛନ୍ତି । ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଧରି ଉଭୟଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଚାଟିକଣା ପଞ୍ଚାୟତ ହୁତେଶି ଗାଁର ଅଙ୍ଗନୱାଡି କର୍ମୀ ସୀତା ୱାଡେକାଙ୍କଠାରୁ ୮୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ।

ସୀତାଙ୍କ ଠାରୁ ସେମାନେ ଶୁଶିଳା ଶବର ଆକାଉଣ୍ଟରେ ପ୍ରଥମେ ୨୦ ହଜାର ଟଙ୍କା, ପରେ ବଳକା ୮୦ ହଜାର ଟଙ୍କା ନଗଦ ନେଉଥିଲେ। ଠିକ୍ ଏହି ସମୟରେ ରାୟଗଡା ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ତାଙ୍କୁ ଧରିଥିଲେ। ଭିଜିଲାନ୍ସ କାର୍ଯ୍ୟାଳୟରେ ଉଭୟଙ୍କୁ ଧରି ଜେରା କରୁଛନ୍ତି ଭିଜିଲାନ୍ସ ଅଧିକାରୀ।