Odia News Portal

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା : ରାଜଧାନୀ ରାଜରାସ୍ତାରେ ଗର୍ଜୁଛନ୍ତି ବିଜେଡି କର୍ମୀ ଓ ସମର୍ଥକ

ରାଜ୍ୟରେ ନାରୀ ଆଉ ନାହାଁନ୍ତି ସୁରକ୍ଷିତ । ପ୍ରତ୍ୟେକ ଦିନ ନାରୀ ହେଉଛି ନିର୍ଯାତିତ । ସେଥିପାଇଁ  ଆଜି ରାଜ୍ୟ ବିଜେଡି ଡାକରାରେ ରାଜ୍ୟର ବିଭିନ କଲେଜ ସମ୍ମୁଖରେ  ଛାତ୍ର ,ଯୁବ ବିଜେଡି କରୁଛି ପ୍ରତିବାଦ  । ଆଜି ବେଲଗଡ଼ ପିଏନ କଲେଜ ସମ୍ମୁଖରେ  ବିଜେଡି କରିଛି ପ୍ରତିବାଦ । ଶତାଧିକ କଲେଜ ଛାତ୍ରଛାତ୍ରୀ ଏହି ପ୍ରତିବାଦରେ ସାମିଲ ହୋଇଥିଲେ ।

୫୭ ନମ୍ବର ଜାତୀୟ ରାଜପଥ କୁ କଲେଜ ସମ୍ମୁଖରେ ଟାୟାର ଜାଳି କୁଶପୁତ୍ତଳିକା ଜାଳି ପ୍ରତିବାଦ କରିଛନ୍ତି  ।  ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଏଥିରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଆଇନି ଶୃଙ୍ଖଳା ବିପଦରେ ଥିବା କହିଛନ୍ତି । ନାରୀ ଏଠି କେହିବି ସୁରକ୍ଷିତ ନାହାନ୍ତି ।  ସରକାର ସଜାଗ ନ ହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଆନ୍ଦୋଳନରେ  ଚେତାବନୀ ଦେଇଛନ୍ତି ।