ଖୁବଶୀଘ୍ର ଟଙ୍କା ଫେରିପାଇବେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ । ସମସ୍ତ ଜମାକାରୀଙ୍କୁ ମିଳିବ ଟଙ୍କା । ସାମ୍ବାଦିକ ସମ୍ମିଳନୀ କରି ବଡ଼ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମିଲ । କହିଛନ୍ତି, ବିଗତ ସରକାରରେ ୧୪ ବର୍ଷ ଭିତରେ ୧୭୪ ଚିଟଫଣ୍ଡ ସଂସ୍ଥା ଓଡ଼ିଶାର ସାଧାରଣ ଲୋକଙ୍କ ଟଙ୍କା ଆତ୍ମସାତ କରିବା ପ୍ରାୟୋଜିତ ଥିଲା ।
ଓଡ଼ିଶାର ଲକ୍ଷାଧିକ ଲୋକଙ୍କ ବିଶ୍ବସନୀୟତା ସରକାରଙ୍କ ଉପରେ କମିଯାଇଥିଲା । ପ୍ରଥମେ କର୍ପୋସ୍ ଫଣ୍ଡ ପରେ କମିଶନ ଗଠନ କଲେ ହେଲେ ତାଙ୍କ ପ୍ରାପ୍ୟ ଫେରାଇ ପାରିଲେନି । ଆମେ ସରକାରକୁ ଆସିବା ପରେ ସଙ୍କଳ୍ପ ପତ୍ରରେ ନିଷ୍ପତ୍ତି ନେଇଥିଲୁ । ବିଭିନ୍ନ ସେକ୍ଟରରୁ ତଥ୍ୟ ଆଣି ୩ ରୁ ୪ ମାସ ଭିତରେ ୫ ଲକ୍ଷ ଜମାକାରୀଙ୍କୁ ଟଙ୍କା ଫେରାଇବୁ । ଛୋଟ ଜମାକାରୀ ଓ ବଡ଼ ଜମାକାରୀ ସମସ୍ତେ ଟଙ୍କା ପାଇବେ ବୋଲି କହିଛନ୍ତି ମନମୋହନ ସାମଲ ।
ଏଥିସହ ସେ ବିଜେପି ନିର୍ବାଚନୀ ସଂକଳ୍ପ ପତ୍ରରେ ଘୋଷଣା କରିଥିଲା, ସବୁ ଯୋଗ୍ୟ ଜମାକାରୀମାନଙ୍କୁ ଟଙ୍କା ଫେରସ୍ତ କରାଯିବ । ଛୋଟ, ବଡ଼ ସବୁ ଜମାକାରୀଙ୍କ ଟଙ୍କା ଫେରାଇବେ ବିଜେପି ସରକାର । ପର୍ଯ୍ୟାୟକ୍ରମେ ଟଙ୍କା ଫେରାଇବେ ସରକାର । ୩ରୁ ୪ ମାସ ଭିତରେ ୫ ଲକ୍ଷ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ । ବିଜେପି ସରକାର କମିସନ ରିପୋର୍ଟ ମଧ୍ୟ ଯାଞ୍ଚ କରିବେ ବୋଲି ମନମୋହନ ସାମଲ କହିଛନ୍ତି ।
ଚିଟ୍ଫଣ୍ଡ ଟଙ୍କା ଫେରସ୍ତ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ ନେଇ ବିଜେଡି ବରିଷ୍ଠ ଉପସଭାପତି ଦେଵୀ ପ୍ରସାଦ ମିଶ୍ର ମୁହଁ ଖୋଲିଛନ୍ତି । ସେ କହିଛନ୍ତି ପୂର୍ବ ସରକାର ପଦକ୍ଷେପ ନେଇଥିଲେ ବୋଲି ଏବେ ସରକାର ଫେରାଇବାକୁ ପଦକ୍ଷେପ ନେଇଛନ୍ତି । ବିଜେଡ଼ି ସରକାର ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏବେ ଚିହ୍ନଟ କରି ଟଙ୍କା ଫେରସ୍ତ ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଯଦି ପୂର୍ବ ସରକାର ପଦକ୍ଷେପ ନେଇ ନଥିଲେ ତେବେ କାଗଜ କିପରି ମିଳୁ ନଥିଲା ବୋଲି ବିଜେପି କହୁଥିଲା ବୋଲି ଦେବୀ ପ୍ରସାଦ ମିଶ୍ର ପାଲଟା ପ୍ରଶ୍ନ କରିଛନ୍ତି ।