Odia News Portal

ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ଓଡ଼ିଶାର ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ଼ ଡାକରା ଦେଇଛନ୍ତି। ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ୭ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ରାଜ୍ୟବ୍ୟାପି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଡାକରା ଦିଆଯାଇଛି । ରାଜ୍ୟର ୫ ଲକ୍ଷରୁ ଅଧିକ ଡ୍ରାଇଭର ଏଥିରେ ସାମିଲ ହୋଇଛନ୍ତି। ତେବେ କ୍ଷୀର ଗାଡ଼ି, ସ୍କୁଲ ବସ୍ ଏବଂ ଆମ୍ବୁଲାନ୍ସକୁ ଏଥିରୁ ବା୍ ଦିଆଯାଇଛି।

୬ ଦଫା ଦାବି ମଧ୍ୟରେ ଓଡିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏବଂ ୱାର୍କର୍ ୱେଲଫେୟାର ବୋର୍ଡରେ ଅଟୋ ଡ୍ରାଇଭରକୁ ସାମିଲ କରିବା ସହ ଜନ ସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ତିଆରି କରାଯିବା ଦାବିକୁ ଅନ୍ତର୍ଭୁକ୍ତ କରାଯାଇଛି। ‌
ସେହିପରି ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ ବର୍ଷ ବୟସ ପରେ ସ୍ବତନ୍ତ୍ର ଭତ୍ତା ପ୍ରଦାନ, ପ୍ରତି ୧୦୦ କିଲୋମିଟର ଅନ୍ତରାଳରେ ଗାଡ଼ି ପାର୍କିଂ ଏବଂ ଡ୍ରାଇଭରମାନଙ୍କ ବିଶ୍ରାମ ନେବାପାଇଁ ବିଶ୍ରାମଗାର ଏବଂ ଶୌଚାଳୟ ବ୍ୟବସ୍ଥା ଦାବି ସଂଘ ପକ୍ଷରୁ କରାଯାଇଛି।

ଓଡ଼ିଶାରେ ଥିବା ପ୍ରତ୍ୟେକ ଖଣି ଖାଦାନ ଏବଂ କାରଖାନା ଗୁଡ଼ିକରେ ଓଡ଼ିଶାର ଡ୍ରାଇଭରଙ୍କୁ ଶତକଡ଼ା ୭୦ ପ୍ରତିଶତ କାମ ଦେବା ଏବଂ ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ ବୋଲି ସଂଘ ଦାବି କରିଛି।

ଡ୍ରାଇଭର ମହାସଂଘ ଶାନ୍ତିପୂର୍ଣ୍ଣ ଭାବେ ଭୁବନେଶ୍ବରର ବରମୁଣ୍ଡା ପଡ଼ିଆ ସାମ୍ନାରେ ଧାରଣାରେ ବସିଛନ୍ତି। ଷ୍ଟିଅରିଂ ଛାଡ଼ ଡାକରା ଦେଇ ଆଜି ଡ୍ରାଇଭର ମାନେ ଏହି ଶାନ୍ତିପୂର୍ଣ୍ଣ ଧର୍ମଘଟ ଡାକରା ଦେଇଥିବା ବେଳେ ଲୋକମାନେ ହନ୍ତସନ୍ତ ହେଉଥିବା ନଜର ଆସିଛି । ଏବେ ବି ଦୂର ଦୁରାନରରୁ ଆସି ଯାତ୍ରୀମାନେ ବସ ଷ୍ଟାଣ୍ଡପଡି ରହିଛନ୍ତି ହେଲେ ଯିବାକୁ ଗାଡି ନାହିଁ ।

ଏଭଳି ପରିସ୍ଥିତିରେ ୭ ଦଫା ନେଇ ରାସ୍ତାକୁ ଓହ୍ଲାଇଥିବା ସଂଘ କିନ୍ତୁ ନିଜ ଜିଦରେ ଅଟଳ ରହିଛି । ଯାତ୍ରୀଙ୍କ ସମସ୍ୟା ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ଡ୍ରାଇଭର ମହାସଂଘର ସଦସ୍ୟ । ଏବଂ ଆଗକୁ ଯଦି ସରକାର ଦାବି ଗୁଡିକ ନମାନନ୍ତି ତାହାଲେ ଆସନ୍ତାକାଲି ଠାରୁ ଚରମପନ୍ଥା ଆପଣେଇବା ପାଇଁ ମହାସଂଘ ଚେତାବନୀ ଦେଇଛି ।

ରାଉରକେଲାରେ ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି l ଏହା ଦ୍ବାରା ଟ୍ରକ ଓ ବସ ସେବା ବାଧାପ୍ରାପ୍ତ ହୋଇଛି l ରାଉରକେଲା ନୂଆ ବସ ଷ୍ଟାଣ୍ଡରେ ସହରରୁ ରାଜ୍ୟ ଓ ରାଜ୍ୟ ବାହାରକୁ ଯାଉଥିବା ଶହ ଶହ ବସ ଅଟକି ରହିଛି l ଯାତ୍ରୀମାନେ ନିଜ ନିଜ ଅଞ୍ଚଳକୁ ଯିବାକୁ ବସି ରହିଛନ୍ତି l

ଡ୍ରାଇଭରମାନେ ପାନପୋଷ ବାଲୁଘାଟ ଛକରେ ଏକାଠି ହୋଇ ଆନ୍ଦୋଳନ ଚଳାଇଛନ୍ତି l ଜାତୀୟ ରାଜପଥ ଯାଉଥିବା ଗାଡି ଗୁଡିକୁ ଷ୍ଟିଅରିଂ ଛାଡି ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ ଜରୁଛନ୍ତି l