ପାରିବାରିକ କଳହକୁ ନେଇ ଜଣେ ମହିଳା ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ବେଳେ ପରିବାର ଆଣିଲେ ହତ୍ୟା ଅଭିଯୋଗ। ଝିଅର ସନ୍ଦେହଜନକ ମୃତ୍ୟୁ ଘଟିଥିବା ନେଇ ବାପଘର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।ରାୟଗଡ଼ା ଜିଲ୍ଲା ବିଷମ କଟକ ଥାନା ଅଧୀନସ୍ଥ ଚାଞ୍ଚରାଗୁଡ଼ା ସଦର ପଞ୍ଚାୟତର ମାଠିଆ ସାହି ରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା। ସ୍ତ୍ରୀ ଅନୁ ବ୍ରେକବାଡାଙ୍କ ଦେହ ଅସୁସ୍ଥ ଅଛି କହି ସ୍ଵାମୀ ମକର କାଡ୍ରାକା ବିଷମ କଟକ ସରକାରୀ ଡ଼ାକ୍ତରଖାନରେ ଭର୍ତ୍ତି କରିଥିଲେ। ଚିକିତ୍ସା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସନ୍ଦେହ ହେବାରୁ ଡାକ୍ତର ବିଷମ କଟକ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସ୍ଵାମୀ ମକର କାଡ୍ରାକାଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ଚନ୍ଦ୍ରପୁର ଥାନା ଅନ୍ତର୍ଗତ କାର୍ଡପାଙ୍ଗା ଗ୍ରାମର ସନ୍ତୋଷ ବ୍ରେକବାଡାଙ୍କ ଝିଅ ଅନୁ ବ୍ରେକବାଡା ୫ ବର୍ଷ ପୂର୍ବରୁ ବିଷମ କଟକ ଥାନା ଅନ୍ତର୍ଗତ ଚଞ୍ଚାଡାଗୁଡ଼ା ଗ୍ରାମର ମକର କାଡ୍ରାକାଙ୍କୁ ବିବାହ କରିଥିବା ବେଳେ ସ୍ୱାମୀ ବାରମ୍ବାର ସ୍ତ୍ରୀଙ୍କୁ ବାରମ୍ବାର ନିର୍ଯାତନା ଦେଇ ଆସୁଥିଲା ହେଲେ ଗତକାଲି କୌଣସି କାରଣରୁ ସ୍ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି କାରଣରୁ ମହିଳାଙ୍କ ପିତା ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଘରେ ଦଉଡ଼ି ଦେଇ ମୃତ୍ୟୁ ହୋଇଥିବା ବେଳେ ସ୍ଵାମୀ ଡାକ୍ତରଙ୍କୁ ଅନୁ ବ୍ରେକବାଡା ଅସୁସ୍ଥ ଥିବା ଦର୍ଶାଇବା ଏ ସମସ୍ତ ପାରିପାର୍ଶ୍ଵିକ ଘଟଣାକୁ ଦୃଷ୍ଟିରେ ରଖି ନିଜେ ସ୍ଵାମୀ ମକର ସ୍ତ୍ରୀଙ୍କୁ ହତ୍ୟା କରିଦେଇଥିବା ଅନୁଙ୍କ ପିତା ଅଭିଯୋଗ କରିଛନ୍ତି। ଘଟଣାରେ ବିଷମ କଟକ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଶଵ ବ୍ୟବଚ୍ଛେଦ ପରେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଚନ୍ଦ୍ରପୁର ଥାନା ଅନ୍ତର୍ଗତ କାର୍ଡପାଙ୍ଗା ଗ୍ରାମର ସନ୍ତୋଷ ବ୍ରେକବାଡାଙ୍କ ଝିଅ ଅନୁ ବ୍ରେକବାଡା ୫ ବର୍ଷ ପୂର୍ବରୁ ବିଷମ କଟକ ଥାନା ଅନ୍ତର୍ଗତ ଚଞ୍ଚାଡାଗୁଡ଼ା ଗ୍ରାମର ମକର କାଡ୍ରାକାଙ୍କୁ ବିବାହ କରିଥିବା ବେଳେ ସ୍ୱାମୀ ବାରମ୍ବାର ସ୍ତ୍ରୀଙ୍କୁ ବାରମ୍ବାର ନିର୍ଯାତନା ଦେଇ ଆସୁଥିଲା ହେଲେ ଗତକାଲି କୌଣସି କାରଣରୁ ସ୍ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି କାରଣରୁ ମହିଳାଙ୍କ ପିତା ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଘରେ ଦଉଡ଼ି ଦେଇ ମୃତ୍ୟୁ ହୋଇଥିବା ବେଳେ ସ୍ଵାମୀ ଡାକ୍ତରଙ୍କୁ ଅନୁ ବ୍ରେକବାଡା ଅସୁସ୍ଥ ଥିବା ଦର୍ଶାଇବା ଏ ସମସ୍ତ ପାରିପାର୍ଶ୍ଵିକ ଘଟଣାକୁ ଦୃଷ୍ଟିରେ ରଖି ନିଜେ ସ୍ଵାମୀ ମକର ସ୍ତ୍ରୀଙ୍କୁ ହତ୍ୟା କରିଦେଇଥିବା ଅନୁଙ୍କ ପିତା ଅଭିଯୋଗ କରିଛନ୍ତି। ଘଟଣାରେ ବିଷମ କଟକ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଶଵ ବ୍ୟବଚ୍ଛେଦ ପରେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ସେପଟେ ବିଷମ କଟକ ଏସଡିପିଓ ସମେତ ସାଇଣ୍ଟଫିକ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିବା ଜଣାପଡିଛି।