ଏଣିକି ଘରୋଇ କମ୍ପାନୀରେ ରାତିରେ କାମ କରିପାରିବେ ମହିଳା… ଲାଗୁ ହେଲା ସର୍ତ୍ତାବଳୀ.. By Swadhikar News Last updated Aug 4, 2025 ଏଣିକି ନାଇଟ୍ ସିଫ୍ଟ କରିବେ ମହିଳା । ଓଡିଶାରେ ଥିବା ଘରୋଇ କମ୍ପାନୀରେ ଏଣିକି ରାତିରେ କାମ କରିବେ ମହିଳା । ଓଡ଼ିଶାରେ ଥିବା କାରଖାନା ଓ ଅନ୍ୟ ବ୍ୟାବସାୟିକ ପ୍ରତିଷ୍ଠାନରେ ମହିଳାମାନେ ରାତିରେ କାମ କରିପାରିବେ । ମାତ୍ର ଏଥିପାଇଁ ସେମାନଙ୍କ ଠାରୁ ଲିଖିତ ସହମତିପତ୍ର ନେବା ବାଧ୍ୟତାମୂଳକ କରାଯାଇଛି । ଶ୍ରମ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ରାତିରେ କାମ କରିବା ନେଇ ବିଭିନ୍ନ ସର୍ତ୍ତାବଳୀ ରଖାଯାଇଛି । ଯେଉଁଥିରେ ମହିଳା କର୍ମଚାରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ତେବେ ନଜର ପକାନ୍ତୁ ମହିଳାମାନେ ନାଇଟ୍ ସିଫ୍ଟ କଲେ କେଉଁ କେଉଁ ନିୟମ ପାଳନ କରାଯିବ ଏବଂ କେଉଁ ସବୁ ଦିଗ ଉପରେ ଗୁରୁତ୍ବ ଦିଆଯିବ । –ଘରୋଇ କମ୍ପାନୀରେ ରାତିରେ କାମ କରିପାରିବେ ମହିଳା–ଏଥିପାଇଁ ମହିଳା ସହମତି ପତ୍ର ଦେବେ – ଅତି କମରେ ୩ ଜଣ ମହିଳା କର୍ମଚାରୀ ଉକ୍ତ କର୍ମ କ୍ଷେତ୍ରରେ କାମ କରିବେ– ଜିପିଏସ୍ ଟ୍ରାକିଂ ସହ ସେମାନଙ୍କୁ ପରବହନ ସୁବିଧା ଯୋଗାଇ ଦେବା ବାଧ୍ୟତାମୂଳକ– ମହିଳା କର୍ମଚାରୀଙ୍କୁ ନେବା ଆଣିବାର ପୂରା ବ୍ୟବସ୍ଥା କରାଯିବ– କର୍ମଚାରୀଙ୍କୁ ଆଣିବା ପାଇଁ ନିୟୋଜିତ ଡ୍ରାଇଭରଙ୍କ ସମ୍ପୂର୍ଣ୍ଣ ତଥ୍ୟ ପୋଲିସ ପାଖରେ ରହିବ– ମହିଳା କର୍ମଚାରୀଙ୍କ ପାଇଁ ପାଣି, ବାଥ୍ରୁମ ବ୍ୟବସ୍ଥା, କର୍ମକ୍ଷେତ୍ରରେ ସିସିଟିଭି ବ୍ୟବସ୍ଥା ଏବଂ ସଠିକ୍ ଲାଇଟ୍ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯିବ–ଅଫିସରେ ହେଲ୍ପଲାଇନ୍ ନମ୍ବର ସବୁ ସ୍ପଷ୍ଟ ଭାବେ ଦେଖାଯିବ– ୧୮୧ ଏବଂ ୧୮୦୦-୩୪୫-୬୭୦୩ (ଶ୍ରମ ବିଭାଗ) ହେଲ୍ପଲାଇନ୍ ନମ୍ବରଗୁଡ଼ିକୁ ସ୍ପଷ୍ଟ ଭାବରେ ପ୍ରଦର୍ଶନ କରାଯିବ–ପରିବହନ ଯାନଗୁଡ଼ିକରେ ମଧ୍ୟ ହେଲ୍ପଲାଇନ୍ ଯୋଗାଯୋଗ ନମ୍ବର ଗୁଡ଼ିକୁ ଲଗାଇବାକୁ ପରାମର୍ଶ swadhikarswadhikar newsworking woman Share