କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ସାମିଲ ଦାବି; ସେପ୍ଟେମ୍ବର ୬ରେ ଆନ୍ଦୋଳନ By Swadhikar News Last updated Aug 13, 2025 କୁଡୁମୀ ଜାତିକୁ ଆଦିବାସୀ ବର୍ଗ (ଅନୁସୂଚିତ ଜନଜାତି)ରୁ ବାଦ୍ ଦେଇଥିବା ପ୍ରତିବାଦରେ ଆସନ୍ତା ସେପ୍ଟେମ୍ବର ୬ ତାରିଖ ଦିନ କଳା ଦିବସ ପାଳନ କରାଯିବ। କୁଡୁମୀ ସେନାର ପ୍ରତିଷ୍ଠାତା ରାଜ୍ୟ ସଭାପତି ଜୈମୁନୀ କୁମାର ମହାନ୍ତଙ୍କ ଆହ୍ବାନରେ ବିଜାତଳା ବ୍ଲକର ବୁଧିଆକୁଦର ଗ୍ରାମଠାରେ କୁଡୁମୀ ଛାତ୍ରସେନା ପକ୍ଷରୁ କଳା ଦିବସ ପାଳନ ପାଇଁ କୁଡୁମୀ ଛାତ୍ରସେନା ସଭାପତି ବରୁଣ କୁମାର ମହାନ୍ତଙ୍କ ସଭାପତିତ୍ୱରେ କୁଡୁମୀ ମହିଳା ସେନାର ସଭାନେତ୍ରୀ ସୁଜାତା ମହାନ୍ତ ଓ କୁଡୁମୀ ସେନା ଉପଦେଷ୍ଟା ସୁବାଷ ଚନ୍ଦ୍ର ମହାନ୍ତଙ୍କ ନେତୃତ୍ୱରେ ପୂର୍ବ ବର୍ଷ ଭଳି ଏବର୍ଷ ମଧ୍ଯ ପଲ୍ଲୀରୁ ଦିଲ୍ଲୀ ପାଳନ କରାଯିବା ପାଇଁ ବାମନଘାଟୀ କୁଡୁମୀ ଛାତ୍ର ସେନା ପକ୍ଷରୁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ କୁଡୁମୀ ଛାତ୍ର ସେନା ସଭାପତି ବରୁଣ କୁମାର ମହାନ୍ତ ଯୋଗଦେଇ କୁଡୁମୀମାନଙ୍କ ନିଜର ଅଧିକାର ହାସଲ ପାଇଁ ଚାଲିଥିବା ଆନ୍ଦୋଳନକୁ ଜୋରଦାର କରିବାକୁ ଆହ୍ବାନ ଦେଇଥିଲେ। ନିଜର ଅଧିକାର ପାଇଁ ସମସ୍ତ ଛାତ୍ରମାନଙ୍କୁ ସାମିଲ ହେବା ପାଇଁ ଆହ୍ଵାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହିଳା କୁଡୁମୀ ସେନା ସଭାନେତ୍ରୀ ସୁଜାତା ମହାନ୍ତ କୁଡୁମୀ ଛାତ୍ର ସମାଜ ଓ ଯୁବ ସମାଜ ନିଜର ହକ ଅଧିକାର ପାଇଁ ଆଗକୁ ଆସିବା ପାଇଁ କହିଥିଲେ। କୁଡୁମୀସେନା ଉପଦେଷ୍ଟା ସୁବାଷ ଚନ୍ଦ୍ର ମହାନ୍ତ କଳା ଦିବସ ସଫଳ କରିବା ପାଇଁ ଛାତ୍ର ସାମାଜକୁ ଆହ୍ଵାନ ଦେଇଥିଲେ ଏବଂ ଛାତ୍ରମାନଙ୍କ ଭବିଷ୍ୟତ ଉଜ୍ୱଳ କାମନା କରିଥିଲେ। ଅନ୍ୟ ଛାତ୍ର ନେତା ମାନଙ୍କ ମଧ୍ୟରେ ସମୀର କୁମାର ମହାନ୍ତ, ଯତୀନ୍ଦ୍ର ମହାନ୍ତ, ସୁମିତ୍ କୁମାର ମହାନ୍ତ, ସୁରଜ୍ କୁମାର ମହାନ୍ତ, ଗୌରବ ମହାନ୍ତ, ଗଗନ ମହାନ୍ତ,ରବି ମହନ୍ତ, ତପନ ମହାନ୍ତ, ରହିତ ମହାନ୍ତ, ମାନସ ମହାନ୍ତ, ପିଙ୍କୁ ମହାନ୍ତ, ତୁଷାର ମହାନ୍ତ, ସ୍ବାଗତ ମହାନ୍ତ, ଗୌତମ ମହାନ୍ତ, ମନୋରଞ୍ଜନ ମହାନ୍ତ, ବିକି ମହାନ୍ତ, ବାପୁନ୍ ମହାନ୍ତ, ବିଜୁ ମହାନ୍ତ,ଦୀପକ ମହାନ୍ତ, ନିପୁ ମହନ୍ତ,ରିତେଶ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। kudumi senaswadhikarswadhikar news Share